ଟେଲ ଅଭିଭ: ଇସ୍ରାଏଲ ଗାଜାରେ ହମାସ ବିରୋଧରେ ଆକ୍ରମଣକୁ ଜୋରଦାର କରିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଶନିବାର ପାଲେଷ୍ଟାଇନ ଅଞ୍ଚଳର ଲୋକଙ୍କୁ ଆତଙ୍କବାଦୀ ସଂଗଠନର ଗାଜା ମୁଖ୍ୟ ୟାହାୟ ସିନ୍ୱରକୁ ଠାବ କରିବା ମାତ୍ରେ ହତ୍ୟା କରିବାକୁ ଆହ୍ୱାନ ଦେଇଛନ୍ତି। ଗାଲାଣ୍ଟ କହିଛନ୍ତି ଯେ, ଇସ୍ରାଏଲ ସେନା ଉତ୍ତର ଓ ଦକ୍ଷିଣ ଭାଗରୁ ଗାଜା ସିଟିରେ ଆତଙ୍କୀ ଟାର୍ଗେଟ ଉପରେ ଆକ୍ରମଣ କରୁଛି । ଆମେ ହମାସ ଗାଜା ମୁଖ୍ୟ ୟାହିୟା ସିନ୍ୱର ନିକଟକୁ ଯାଇ ତାକୁ ନିପାତ କରିବୁ। କିନ୍ତୁ ଆମେ ପହଞ୍ଚିବା ପୂର୍ବରୁ ଗାଜାବାସୀ ତାକୁ ଖୋଜି ନିପାତ କରନ୍ତୁ ବୋଲି ସେ କହିଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧକୁ ପାଖାପାଖି ଏକ ମାସ ପୂରିଥିବା ବେଳେ ଅକ୍ଟୋବର ୭ତାରିଖରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷର ମୁକାବିଲା ପାଇଁ ଜାତିସଂଘ ଓ ବିଶ୍ୱ ଶକ୍ତିମାନେ ଏପର୍ଯ୍ୟନ୍ତ ସହମତିରେ ପହଞ୍ଚି ପାରିନାହାନ୍ତି। ହମାସ ଆକ୍ରମଣର ଜବାବରେ ଇସ୍ରାଏଲ ଗାଜାକୁ ଆକାଶମାର୍ଗରୁ ଆକ୍ରମଣ କରିବା, ଅବରୋଧ କରିବା ସହ ପରବର୍ତ୍ତୀ ସମୟରେ ଜନବହୁଳ ପାଲେଷ୍ଟାଇନ ଅଞ୍ଚଳରେ ଏହାର ସ୍ଥଳ ଆକ୍ରମଣକୁ ବ୍ୟାପକ କରିଛି। ଏହି ମାରାତ୍ମକ ଆକ୍ରମଣରେ ଏଯାବତ୍ ଗାଜାରେ ପାଖାପାଖି ୯,୫୦୦ ଲୋକ ପ୍ରାଣ ହରାଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp