ତେଲ ଅଭିବ: ଏଚଟିଏସ ବିଦ୍ରୋହୀମାନଙ୍କ ଦ୍ବାରା ସିରିଆ ଦଖଲ ହେବା ପରଠାରୁ ଇସ୍ରାଏଲ ପ୍ରବଳ ଏୟାର ଷ୍ଟ୍ରାଇକ୍ କରୁଛି। ସଦ୍ୟତମ ଆକ୍ରମଣରେ ଉତ୍ତର-ପଶ୍ଚିମ ସିରିଆର ଟାର୍ଟସ୍ ସହରକୁ ଇସ୍ରାଏଲ୍ ବାୟୁସେନା ଟାର୍ଗେଟ କରିଥିଲା। କୁହାଯାଉଛି ଯେ, ଗତ ୧୨ ବର୍ଷ ମଧ୍ୟରେ ସିରିଆରେ ଏହା ହେଉଛି ସବୁଠାରୁ ବଡ଼ ଇସ୍ରାଏଲ ଆକ୍ରମଣ।  ଏହାଯୋଗୁ ଏକ ଭୂକମ୍ପ ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩ ଥିଲା ।

Advertisment

ଏହି ଆକ୍ରମଣ ଯୋଗୁ ସେଠାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା ଏବଂ ପରମାଣୁ ବିସ୍ଫୋରଣରେ ବାହାରୁଥିବା ପରି ଏକ ବିରାଟ ଛତୁ ଆକୃତିର ଅଗ୍ନି ବଳୟ ବାହାରିଲା।

ଏହି ସହରରେ ରୁଷିଆ ନୌସେନା ବେସ୍ ମଧ୍ୟ ରହିଛି। ସିରିଆର ମାନବ ଅଧିକାର ଅବଜରଭେଟରି କହିଛି ଯେ, ଇସ୍ରାଏଲ୍ ସୈନ୍ୟବାହିନୀ ସିରିଆ ସେନାର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀର ଗୋଦାମକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣ ପରେ ରିକ୍ଟର ସ୍କେଲରେ ୩ ତୀବ୍ରତାଯୁକ୍ତ   ଏକ ଭୂକମ୍ପ ଘଟିଥିଲା।

ଅବଜରଭେଟରି ପକ୍ଷରୁ କୁହାଯାଇଛି, ଇସ୍ରାଏଲ୍ ସୈନ୍ୟବାହିନୀ ବାୟୁ ପ୍ରତିରକ୍ଷା ୟୁନିଟ୍ ଏବଂ ସିରିଆର ଭୂପୃଷ୍ଠରୁ କ୍ଷେପଣାସ୍ତ୍ରର ଗୋଦାମକୁ ନଷ୍ଟ କରିଦେଇଛନ୍ତି। ଅବଜରଭେଟରି କହିଛି ଯେ, ୨୦୧୨ପରଠାରୁ ସିରିଆର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା ସବୁଠାରୁ ବଡ଼ ଆକ୍ରମଣ। ବଶର ଅଲ-ଅସଦ ରୁଷିଆକୁ ପଳାଇବା ପରଠାରୁ ଇସ୍ରାଏଲ୍ ସେନା ସିରିଆରେ ୩୦୦ରୁ ଅଧିକ ଆକ୍ରମଣ କରିଛି।

କୁହାଯାଉଛି ଯେ, ଏହି ବିସ୍ଫୋରଣ ପ୍ରାୟ ୩୦ ମିନିଟ୍ ଧରି ଚାଲିଥିଲା ​​ଏବଂ ତୋପ ଗର୍ଜନ ତଥା ଅସ୍ତ୍ରଶସ୍ତ୍ର ଧ୍ୱଂସ ହେବାର ଶବ୍ଦ ସମଗ୍ର ଅଞ୍ଚଳରେ ଶୁଣିବାକୁ ମିଳିଥିଲା। ଯୁଦ୍ଧ ମନିଟରିଂ ସୂତ୍ରରୁ ପ୍ରକାଶ ଯେ, ଇସ୍ରାଏଲର ଯୁଦ୍ଧ ବିମାନ ସିରିଆର ବିଭିନ୍ନ ସ୍ଥାନରେ ପୁରୁଣା ସାମରିକ ଅସ୍ତ୍ରଶସ୍ତ୍ର ଉପରେ ଅନେକ ଆକ୍ରମଣ କରିଥିଲା।

ବ୍ରିଟେନରେ ଅବସ୍ଥିତ ସିରିଆର ଅବଜରଭେଟରି ଫର ହ୍ୟୁମାନ୍ ରାଇଟ୍ସ ରବିବାର କହିଛି ଯେ, ଏହି ଆକ୍ରମଣରେ ଜାମା ନିକଟରେ ବାଟାଲିଅନ୍ ୧୦୭ର କ୍ଷେପଣାସ୍ତ୍ର ବେସ୍ ଏବଂ ଟାର୍ଟସ୍ ଗ୍ରାମାଞ୍ଚଳର ଅସ୍ତ୍ରଶସ୍ତ୍ର ଗୋଦାମକୁ ଟାର୍ଗେଟ କରାଯାଇଛି। ଏହାପୂର୍ବରୁ ରବିବାର ସନ୍ଧ୍ୟାରେ ଇସ୍ରାଏଲର ଏକ ବିମାନ ପୂର୍ବ ସିରିଆର ଡେୟାର ଅଲ-ଜୁର ସାମରିକ ବାୟୁ ବେସ୍‌ରେ ରାଡାର ଉପରେ ଆକ୍ରମଣ କରିଥିଲା।

ଏହାପୂର୍ବରୁ ରବିବାର ଦିନ, ଇସ୍ରାଏଲ୍ ବିମାନଗୁଡ଼ିକ ଦାମାସକସର ଗ୍ରାମାଞ୍ଚଳର ପାର୍ବତ୍ୟରେ ଥିବା ଏକ ପୁରୁଣା ଗୁଳିଗୋଳା ଡିପୋକୁ ଟାର୍ଗେଟ କରି ବିସ୍ଫୋରଣ ଘଟାଇଥିଲା। ଏହି ଘଟଣାରେ କାହାରି ଆହତ କିମ୍ବା ମୃତ୍ୟୁ ହେବାର ଖବର ମିଳିନାହିଁ। ଏହି ଆକ୍ରମଣ ଇସ୍ରାଏଲର ଚାଲିଥିବା ସାମରିକ ଅଭିଯାନର ଏକ ଅଂଶ, ଯାହା ଡିସେମ୍ବର ୮ ରୁ ଆରମ୍ଭ ହୋଇଛି।

ଦେଶର ସୁରକ୍ଷା ସ୍ଥିତିକୁ ସ୍ଥିର କରିବାକୁ ନୂତନ କର୍ତ୍ତୃପକ୍ଷ ଉଦ୍ୟମ କରୁଥିବାରୁ ସିରିଆର ପୂର୍ବତନ ନେତୃତ୍ୱ ସହ ଜଡିତ ଅବଶିଷ୍ଟ ସାମରିକ ସାମର୍ଥ୍ୟକୁ ଟାର୍ଗେଟ କରିବାକୁ ଏହି ଅପରେସନ ଲକ୍ଷ୍ୟ ରଖିଛି।

ଅଧିକ ପଢ଼ନ୍ତୁ: ନୀତୀଶଙ୍କୁ ସିନ୍ଦେଙ୍କ ପରି ଝଟକା ଦେବ କି ବିଜେପି ? ୨୦୨୫ ଯୋଜନାର ସୂଚନା ଦେଲେ ଶାହ

ଗତ ସପ୍ତାହରେ ଗୋଲାନ୍ ହାଇଟ୍ସରେ ଇସ୍ରାଏଲ୍ ଏବଂ ସିରିଆ ବାହିନୀକୁ ପୃଥକ କରୁଥିବା ଜାତିସଂଘର ତଦାରଖ କରୁଥିବା ବଫର୍ ଜୋନ୍‌ରେ ଇସ୍ରାଏଲ୍ ସୈନ୍ୟ ପ୍ରବେଶ କରିଥିଲେ। ମିଳିତ ଜାତିସଂଘ କହିଛି ଯେ ଏହା ୧୯୭୪ ଅସ୍ତ୍ରବିରତିର ଉଲ୍ଲଂଘନ ଅଟେ।

ବ୍ରିଟେନରେ ଅବସ୍ଥିତ ସିରିଆର ଅବଜରଭେଟୋରି ଫର ହ୍ୟୁମାନ୍ ରାଇଟ୍ସ କହିଛି, ଇସ୍ରାଏଲ୍ ରାତାରାତି ପାଞ୍ଚ ଘଣ୍ଟାରୁ କମ୍ ସମୟ ମଧ୍ୟରେ ସିରିଆର ସାମରିକ ଟାର୍ଗେଟରେ ୬୧ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହି ଆକ୍ରମଣରେ ହୋମସ୍, ଡେରା, ସୁୱେଡା ଏବଂ ଦମାସକସ ନିକଟ କାଲାମୁନ୍ ପର୍ବତରେ ସାମରିକ ଗୋଦାମ ଘର, ଏବଂ ହାମା ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ  ଟାର୍ଗେଟ କରାଯାଇଥିଲା।

ହୟାତ୍ ତାହିର ଅଲ-ଶାମର ନେତା ତଥା ସିରିଆର ନୂତନ ପ୍ରଶାସନର ମୁଖ୍ୟ ଅହମ୍ମଦ ଅଲ-ଶାରା କହିଛନ୍ତି, ସିରିଆରେ ହୋଇଥିବା ଆକ୍ରମଣକୁ ଇସ୍ରାଏଲ ଆଉ ଠିକ୍ କରିପାରିବ ନାହିଁ। ତେବେ ସେମାନେ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ଦେଶ ଏକ ନୂଆ ବିବାଦରେ ପଡ଼ିବାକୁ ଚାହୁଁନାହିଁ।

ଅଧିକ ପଢ଼ନ୍ତୁ: ଫିଲିସ୍ତାନୀ ବ୍ୟାଗ ପକାଇ ସଂସଦରେ ପହଞ୍ଚିଥିଲେ ପ୍ରିୟଙ୍କା, ହେଲେ ଟ୍ରୋଲ