ବିଜେପି ଛାଡି ଇସ୍ରାଏଲରେ ନିର୍ବାଚନ ଲଢ଼ିବେ ମୋଦୀ !

ଲୋକପ୍ରିୟତା ଅଧିକ ଦେଖି ନିର୍ବାଚନ ଲଢ଼ିବାକୁ ମିଳିଲା ଆମନ୍ତ୍ରଣ

ନୂଆଦିଲ୍ଲୀ: ବିଜେପି ଓ ଭାରତ ଛାଡ଼ି ମୋଦୀ ଇସ୍ରାଏଲ ଯିବେ ଓ ସେଠାରେ ନିର୍ବାଚନ ଲଢ଼ିବେ | ଶୀର୍ଷକ ପଢି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? ତେବେ ଏହା କେ‌ବେ ବି ଘଟିବ ନାହିଁ| ଅସଲ ଘଟଣାଟି ଜ‌ାଣନ୍ତୁ। ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମ୍ମିଳନୀ ‘ସିଓପି୨୬’ ପାଇଁ ସ୍କଟଲାଣ୍ଡର ବୃହତ୍ତମ ନଗରୀ ଗ୍ଲାସ୍‌ଗୋଠାରେ ଅଛନ୍ତି। ଜଳବାୟୁ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱର ଅନ୍ୟ ସମସ୍ତ ନେତାଙ୍କୁ ଭେଟୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲି ବେନେଟଙ୍କ ମଧ୍ୟରେ ଆଲୋଚନା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବୈଠକରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲି ବେନେଟ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି ଯେ, ‘ଆପଣ ଇସ୍ରାଏଲରେ ବହୁତ ଲୋକପ୍ରିୟ, ଆପଣ ମୋ ଦଳରେ ଯୋଗ ଦିଅନ୍ତୁ ।’ଆପଣ ମୋ ଦଳରେ ଯୋଗ ଦେଇ ନିର୍ବାଚନ ଲଢନ୍ତୁ’|

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନଫତାଲି ବେନେଟଙ୍କ ସହ ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ସମୀକ୍ଷା କରିଥିଲେ ଏବଂ ଏ ବାବଦରେ ଆଲୋଚନା କରିଥିଲେ। ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଶକ୍ତିଶାଳୀ ସମ୍ପର୍କ ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲି ବେନେଟଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ଲୋକମାନେ ଇସ୍ରାଏଲ ସହ ବନ୍ଧୁତାକୁ ଗଭୀର ଭାବରେ ଗୁରୁତ୍ୱ ଦେଉଛନ୍ତି।


ଦୁଇ ଦେଶ ମଧ୍ୟରେ ଦୃଢ ଦ୍ୱିପାକ୍ଷିକ ସମ୍ପର୍କ ବଢାଇବା ପାଇଁ ସେ ମିଳିତ ଭାବେ କାର୍ଯ୍ୟ କରିବା ବିଷୟରେ କହିଛନ୍ତି। ସୂଚନା ଥାଉ କି ଯେ ଭାରତ ଏବଂ ଇସ୍ରାଏଲ୍ ଦ୍ୱିପାକ୍ଷିକ ସମ୍ପର୍କ ନିକଟ ଅତୀତରେ ବିଭିନ୍ନ ସ୍ତରରେ ବୃଦ୍ଧି ହୋଇଛି । ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ଇସ୍ରାଏଲ ଗସ୍ତରେ ଯାଇ ସେଠାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନେଟଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ। ଇସ୍ରାଏଲ୍ ମିଡିଆ ରିପୋର୍ଟ ଅନୁଯାୟୀ, ବେନେଟ୍ ୨୦୨୨ ଆରମ୍ଭରେ ଭାରତ ଗସ୍ତ କରିପାରନ୍ତି।

ସମ୍ବନ୍ଧିତ ଖବର