ନୂଆଦିଲ୍ଲୀ: ଇସ୍ରାଏଲରେ ଆଜି ଖୁସିର ଲହରୀ ଖେଳିଯାଇଛି। ଆଜିର ଦିନଟି ସେମାନଙ୍କ ପାଇଁ ଦୀପାବଳି ପରି। ଦୁଇ ବର୍ଷର ଯୁଦ୍ଧ ପରେ ଏବେ ଶାନ୍ତି ଫେରିଛି। କିଛି ଦିନ ତଳେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ହୋଇଥିଲା। ଏହି ଚୁକ୍ତି ପରେ ଆଜି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲରେ ପହଞ୍ଚିଛନ୍ତି। ଆଜି ସେ ଇସ୍ରାଏଲୀ ସଂସଦ, ନେସେଟରେ ସାଂସଦମାନଙ୍କୁ ସମ୍ବୋଧିତ କରିବେ। ତାଙ୍କ ଭାଷଣ ପୂର୍ବରୁ ଇସ୍ରାଏଲୀ ସାଂସଦମାନେ ତାଙ୍କୁ ଠିଆ ହୋଇ ପ୍ରଶଂସା କରିଥିଲେ ଏବଂ ସ୍ଲୋଗାନ ଦେଇଥିଲେ, "ଟ୍ରମ୍ପଙ୍କ ଭଳି ବ୍ୟକ୍ତିତ୍ବ ବିଶ୍ବ ପାଇଁ ଜରୁରୀ।" 

Advertisment

ଟ୍ରମ୍ପଙ୍କ ଭାଷଣ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସଂସଦକୁ ସମ୍ବୋଧିତ କରିଥିଲେ। ସେ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ବିଶ୍ୱକୁ ତାଙ୍କର ଆବଶ୍ୟକତା ଅଛି। ନେତାନ୍ୟାହୁଙ୍କ ଅନୁଯାୟୀ, କୌଣସି ଆମେରିକୀୟ ରାଷ୍ଟ୍ରପତି ଇସ୍ରାଏଲ ପାଇଁ ଏତେ ପ୍ରଶଂସନୀୟ କାମ କରିନଥିଲେ। ଏହା ସହିତ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବେ ବୋଲି ମଧ୍ୟ ଘୋଷଣା କରିଥିଲେ।

ଏହା ପୂର୍ବରୁ ପୂର୍ବରୁ ନେସେଟ୍ ବାଚସ୍ପତି ଆମିର ଓହାନା ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଶଂସା କରି କହିଥିଲେ ଯେ, ଟ୍ରମ୍ପଙ୍କ ଅପେକ୍ଷା ଆଉ କେହି ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ନୁହଁନ୍ତି। ଇସ୍ରାଏଲ ତାଙ୍କୁ ଆସନ୍ତା ବର୍ଷ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିବ। ୟେହୁଦୀ ଲୋକମାନେ ଆପଣଙ୍କୁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ମନେ ରଖିବେ। ଆମେ ଏପରି ଏକ ରାଷ୍ଟ୍ର ଯିଏ ସର୍ବଦା ମନେ ରଖେ। ଏହି ଗ୍ରହରେ ଏପରି କୌଣସି ବ୍ୟକ୍ତି ନାହାନ୍ତି ଯିଏ ଶାନ୍ତିକୁ ଆଗକୁ ବଢାଇବା ପାଇଁ ଆପଣଙ୍କ ଅପେକ୍ଷା ଅଧିକ କାର୍ଯ୍ୟ କରିଛନ୍ତି।" 

israel | donald-trump