ନରେନ୍ଦ୍ର ମୋଦିଙ୍କ ସହ ଗୁଡ଼ି ଉଡ଼ାଇଲେ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ନେତନ୍ୟାହୁ

ଗାନ୍ଧୀଙ୍କ ଚରଖା ଚଲାଇବାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ କଲେ ମୋଦି

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଭାରତ ଗସ୍ତର ୪ର୍ଥ ଦିନରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଅହମଦାବାଦରେ ଗୁଡ଼ି ଉଡ଼ାଇଛନ୍ତି। ଏହି ଅବସରରେ ମୋଦି ନେତନ୍ୟାହୁଙ୍କ ପାଖରେ ପାଖରେ ଥିବାର ଦେଖିବାକୁ ମିଳିଥିଲା। ନେତନ୍ୟାହୁଙ୍କୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଚରଖା ଚଲାଇବା ଠାରୁ ଆରମ୍ଭ କରି ଗୁଡ଼ି ଉଡ଼ାଇବା କାର୍ଯ୍ୟ ପର୍ଯ୍ୟନ୍ତ ମୋଦି ସହଯୋଗ କରିଥିଲେ। ବ୍ୟବସାୟର ଦୁନିଆରେ ଉଭୟ ଦେଶର ସମ୍ପର୍କକୁ ମଜବୁତ କରିବାରେ ଇସ୍ରାଏଲର ଗୁଜରାଟ କନେକସନ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ବର୍ତମାନ ସମୟରେ ବିଶ୍ୱର ହୀରା ବ୍ୟବସାୟର କେନ୍ଦ୍ର କୁହାଯାଉଥିବା ସୁରତରୁ ଏକଦା ଇସ୍ରାଏଲ ପାଇଁ ହୀରା ଯାଉଥିଲା।

ଇସ୍ରାଏଲ୍‌ ବିଶ୍ୱର ଡାଇମଣ୍ଡ ଟ୍ରେଡିଙ୍ଗର ଅନ୍ୟତମ ଲୋକପ୍ରିୟ କେନ୍ଦ୍ର। ଚୀନ, ଋଷ, ଆଫ୍ରିକା ସମେତ ଭାରତରୁ ଆସୁଥିବା ହୀରା ତେଲ ଅଭିଭ୍‌ର ସୋ’ରୁମ ଗୁଡ଼ିକରେ ବିକ୍ରି କରାଯାଉଛି। ଆଫ୍ରିକା ଓ ଋଷର ଖଣିରୁ ହୀରା ଆଣିବା ପରେ ତେଲ ଅଭିଭ୍‌ରେ କଟିଂ ଓ ପଲିସିଂଗ ପାଇଁ ଯାଇଥାଏ।

୧୯୮୦ ଦଶକରେ ଡାୟମଣ୍ଡ ବ୍ୟବସାୟ ପାଇଁ ଇସ୍ରାଏଲ ବିଶ୍ୱର କେନ୍ଦ୍ରସ୍ଥଳ ଥିଲା। ତେଲ ଅଭିଭ୍‌ ଓ ଆଖାପଖ ସହରରେ ୮୦ ପ୍ରତିଶତ ହୀରା ବ୍ୟବସାୟ ହେଉଥିଲା। ଏଥିରେ ହୀରା କଟିଂ ଓ ପଲିସିଂଗ ମଧ୍ୟ ସାମିଲ ଥିଲା। ତଥ୍ୟ ଅନୁସାରେ ୨୦୦୧ରେ ହୀରା ବ୍ୟବସାୟ ଇସ୍ରାଏଲର ସମୁଦାୟ ରପ୍ତାନୀ କରିବାରେ ୬୦ ପ୍ରତିଶତ ଥିଲା।

ସମ୍ବନ୍ଧିତ ଖବର