ସେପ୍ଟେମ୍ବର ୨ୟ ସପ୍ତାହରେ ଭାରତ ଆସୁଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ଭାରତ କିଣିବ ଅତ୍ୟାଧୁନିକ ମିସାଇଲ, ଆଓ୍ଵାକସ ସିଷ୍ଟମ

ନୂଆଦିଲ୍ଲୀ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନଥିଲେ ମଧ୍ୟ ସେ ସେପ୍ଟେମ୍ବର ୭ କିମ୍ବା ୮ ତାରିଖରେ ଆସିବାର ସମ୍ଭାବନା ରହିଛି । ତେବେ ସାମରିକ ବିଶେଷଜ୍ଞମାନେ ତାଙ୍କର ଏହି ଗସ୍ତକୁ ବେଶ ଗୁରୁତ୍ୱପ୍ରଦାନ କରୁଛନ୍ତି ।

କାରଣ କେନ୍ଦ୍ରରେ ୨୦୧୪ରେ ବିଜେପି ସରକାର ଆସିବା ପରେ ଭାରତ ଓ ଇସ୍ରାଏଲ ମଧ୍ୟରେ ସାମରିକ ସଂପର୍କ ବଢିଯାଇଛି । ନେତାନ୍ୟାହୁଙ୍କ ଭାରତ ଗସ୍ତ କାଳରେ ଦୁଇଦେଶ କେତେକ ପ୍ରତିରକ୍ଷା କଣ୍ଟ୍ରାକ୍ଟରେ ସ୍ୱାକ୍ଷର କରିପାରନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ଆଉ ୨ଟି ଆଓ୍ଵାକସ (ଆଡଭାନ୍ସଡ ଏୟାରଓ୍ଵାର୍ଣ୍ଣିଂ ଏଣ୍ଡ୍‌ କଣ୍ଟ୍ରୋଲ ସିଷ୍ଟମ) ଏବଂ ଭାରତୀୟ ବାୟୁସେନା ପାଇଁ ଅତ୍ୟାଧୁନିକ ଏୟାର ଟୁ ଏୟାର ଡର୍ବି ମିସାଇଲ । ନିଜର ଏହି ଗସ୍ତ କାଳରେ ଭାରତର କଶ୍ମୀର ନୀତିକୁ ନେତାନ୍ୟାହୁ ସମର୍ଥନ କରିପାରନ୍ତି । ଏହା ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ପୂର୍ବରୁ ଇସ୍ରାଏଲ କହିସାରିଛି ।

ସମ୍ବନ୍ଧିତ ଖବର