ଇରାନର ଆଣବିକ କେନ୍ଦ୍ର ଉପରେ ଆକ୍ରମଣ କରିବ ଇସ୍ରାଏଲ !

ତେଲ ଅଭିଭ୍ : ଇରାନ ସହ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ । ଇରାନ ଯଦି ଅଣୁ ଅସ୍ତ୍ର ହାସଲ କରିବାକୁ ଉଦ୍ୟମ କରେ ତେବେ ସାମରିକ ଶକ୍ତି ପ୍ରୟୋଗ କରି ତାକୁ ସେଥିରୁ ବିରତ କରାଯିବ ବୋଲି ଇସ୍ରାଏଲ ସେନାମୁଖ୍ୟ କହିଛନ୍ତି ।

ଇସ୍ରାଏଲ ସେନାମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ଅଭିଭ୍ କୋହାଭି କହିଛନ୍ତି ଯେ ଇରାନ ସହିତ ଏକ ସାମରିକ ସଂଘର୍ଷ ପାଇଁ ଯୋଜନା ଓ ରଣ କୌଶଳ ପ୍ରସ୍ତୁତ କରାଯାଉଛି । ଏପରିକି ଆଣବିକ ବିପଦର ମୁକାବିଲା ପାଇଁ ବି ପ୍ରସ୍ତୁତି କରାଯାଉଛି । ଗତ ମାସରେ ଇସ୍ରାଏଲର ବିଦେଶ ମନ୍ତ୍ରୀ ୟେର ଲାପିଡ କହିଥିଲେ ଯେ ଯଦି ଏକ ଆତଙ୍କି ରାଷ୍ଟ୍ର ଆଣବିକ ଅସ୍ତ୍ରଶସ୍ତ୍ର ତିଆରି କରେ ଆମର କର୍ତ୍ତବ ହେଉଛି ସାମରିକ ଶକ୍ତି ପ୍ରୟୋଗ କରି ତାହାକୁ ସେଥିରୁ ବିରତ କରିବା ।

ସୂଚନାଯୋଗ୍ୟ ଯେ ଇରାନକୁ ଇସ୍ରାଏଲ ଏକ ପରମ ଶତ୍ରୁ ରାଷ୍ଟ୍ର ଭାବେ ଦେଖେ । ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଇସ୍ରାଏଲ ନିଜ ପାଇଁ ସବୁଠାରୁ ବଡ଼ ବିପଦ ଭାବେ ବିଚାର କରେ । ପୂର୍ବରୁ ମଧ୍ୟ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ଇରାନର ପରମାଣୁ ବୈଜ୍ଞାନିକମାନଙ୍କୁ ହତ୍ୟା କରିଛି । ଏହା ସହିତ କ୍ଷେପଣାସ୍ତ୍ର ଆକ୍ରମଣ କରି ଇରାନର ପରମାଣୁ କେନ୍ଦ୍ର ନଷ୍ଟ କରିଛି । ଏହା ଫଳରେ ଇରାନର ଆଣବିକ କାର୍ଯ୍ୟକ୍ରମ ପଛେଇ ଯାଇଛି । ଆମେରିକା ଦ୍ବାରା ଲାଗୁ କଟକଣା ମଧ୍ୟ ଇରାନର ଆଣବିକ କାର୍ଯ୍ୟକ୍ରମକୁ ପଛେଇ ନେଇଛି ।

 

 

ସମ୍ବନ୍ଧିତ ଖବର