ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ଯେଉଁଦିନ ଭାରତର ଆଦିତ୍ୟ-ଏଲ୍୧ ମିସନ ମହାକାଶକୁ ଉତ୍‌କ୍ଷେପଣ କରିଥିଲେ, ସେହିଦିନ ହିଁ ସେ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏକ ମିଡିଆ ହାଉସକୁ ଦେଇଥିବା ସାକ୍ଷାତ୍‌କାରରେ ସୋମନାଥ ଏହା କହିଛନ୍ତି। ଚନ୍ଦ୍ରଯାନ-୩ ମିସନ ଉତ୍‌କ୍ଷେପଣ ସମୟରେ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ତେବେ ସେତେବେଳେ ସେ ଏହାର କାରଣ ଜାଣିପାରି ନ ଥିଲେ। ଆଦିତ୍ୟ-ଏଲ୧ ମିସନ ଆରମ୍ଭ ହେବା ଦିନ ହିଁ ସ୍କାନିଂ ଦ୍ବାରା ରୋଗ ଚିହ୍ନଟ ହୋଇଥିଲା। ଏହା କେବଳ ତାଙ୍କୁ ନୁହେଁ ବରଂ ତାଙ୍କ ପରିବାର ଓ ସହକର୍ମୀମାନଙ୍କୁ ମଧ୍ୟ ଆଘାତ ଦେଇଥିଲା।

Advertisment

ସେପ୍ଟେମ୍ବର ୨, ୨୦୨୩ରେ ଭାରତର ପ୍ରଥମ ଆଦିତ୍ୟ-ଏଲ୍୧ ସୂର୍ଯ୍ୟ ଉପରେ ଅଧ୍ୟୟନ ପାଇଁ ଯାତ୍ରା ଆରମ୍ଭ କରିବା ସମୟରେ ଏସ୍ ସୋମନାଥଙ୍କର ଏକ ନିୟମିତ ସ୍କାନ୍ କରାଯାଇଥିଲା, ଯାହା ତାଙ୍କ ପେଟରେ ଟ୍ୟୁମର ବୃଦ୍ଧିକୁ ସ୍ପଷ୍ଟ କରିଥିଲା। ଏହାପରେ ସେ ଅଧିକ ପରୀକ୍ଷା ପାଇଁ ଚେନ୍ନାଇ ଯାଇଥିଲେ, ଯାହା ଏକ ବଂଶାନୁକ୍ରମିକ ରୋଗର ଉପସ୍ଥିତିକୁ ନିଶ୍ଚିତ କରିଥିଲା। ଏହାପରେ ତାଙ୍କର ଅସ୍ତ୍ରୋପଚାର ସହ କେମୋଥେରାପି କରାଯାଇଥିଲା। ସୋମନାଥ କହିଛନ୍ତି, ସେ ସମ୍ପୂର୍ଣ୍ଣ ଭଲ ହେବେ କି ନାହିଁ ସନ୍ଦେହରେ ଥିଲେ। ତଥାପି ତାଙ୍କ ଆରୋଗ୍ୟ କିଛି ଚମତ୍କାରଠାରୁ କମ୍ ନୁହେଁ। ମାତ୍ର ୪ ଦିନ ହସ୍ପିଟାଲରେ ରହିବା ପରେ ପଞ୍ଚମ ଦିନରୁ ବିନା ଯନ୍ତ୍ରଣାରେ କାମ କରି ଇସ୍ରୋରେ ଡ୍ୟୁଟି ଆରମ୍ଭ କରିଥିଲେ।