ଇସ୍ରୋକୁ ନେଇ ଅନୁଷ୍କା ଶର୍ମାଙ୍କ ଟୁଇଟ ହେଲା ଭାଇରାଲ, ମୋଦୀ ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ: ଅକ୍ଳାନ୍ତ ପରିଶ୍ରମ ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଅବତରଣର ଅବ୍ୟହିତ ପୂର୍ବରୁ ଚନ୍ଦ୍ର ପୃଷ୍ଠରେ ନିଖୋଜ ହୋଇଯାଇଥିବା ‘ଲ୍ୟାଣ୍ଡର ବିକ୍ରମ’ର କମାଣ୍ଡ ପାଇବାକୁ ସକ୍ଷମ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ସମ୍ପର୍କ ସ୍ଥାପିତ ହୋଇପାରି ନାହିଁ। ସମ୍ପର୍କ ପୁନଃ କାର୍ଯ୍ୟକାରୀ କରିବାକୁ ଇସ୍ରୋର ବୈଜ୍ଞାନିକମାନେ ନିରନ୍ତର ପ୍ରୟାସ ଚଳାଇଛନ୍ତି ବୋଲି ଭାରତୀୟ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ମୁଖ୍ୟ କେ ଶିବାନ୍‌ ରବିବାର କହିଛନ୍ତି।

ଗତ ଶନିବାର ରାତି ୧.୩୦ରୁ ୨.୩୦ ମିନିଟ୍‌ ମଧ୍ୟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ସୂକ୍ଷ୍ମ ଅବତରଣ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଛିନ୍ନ ହୋଇଥିଲା। କିନ୍ତୁ ଏଭଳି ପ୍ରୟାସ ପାଇଁ ସେହି ସମୟରେ ଦେଶବାସୀ ମିଳିତ ଭାବେ ଇସ୍ରୋ ସହିତ ଛିଡା ହୋଇଥିଲେ ଏବଂ ସମର୍ଥନ କରିଥିଲେ।

 

ଏହି କ୍ରମରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଇସ୍ରୋର ଏଭଳି ପ୍ରୟାସ ପାଇଁ ପ୍ରଶଂସା କରିବା ସହିତ ଟୁଇଟ କରିଥିଲେ। ଏହି ଟୁଇଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅନୁଷ୍କା ଟୁଇଟ କରି କହିଥିଲେ କି, ଆମେ ସମସ୍ତେ ଇସ୍ରୋ ସହିତ ଅଛୁ, ଇସ୍ରୋର ପ୍ରତିଟି ପଦକ୍ଷେପକୁ ସମର୍ଥନ ବି କରୁଛୁ। ଇସ୍ରୋରେ ଆମର ବୈଜ୍ଞାନିକଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସଫଳତା ପାଇଁ ଆମେ ନିଜକୁ ଗର୍ବିତ ମନେ କରୁଛୁ। ସତରେ ଏହା ସମସ୍ତଙ୍କ ପାଇଁ ଏକ ପ୍ରେରଣା।

ଅନୁଷ୍କାଙ୍କ ଏହି ଟୁଇଟର ଉତ୍ତର ଦେବାକୁ ଯାଇ ମୋଦୀ କହିଛନ୍ତି, ‘ସତରେ ଆମର ବୈଜ୍ଞାନିକମାନଙ୍କୁ ନେଇ ଆମେ ଗର୍ବିତ। ଇସ୍ରୋ ଅନେକ ଯୁବପିଢ଼ିଙ୍କୁ ବିଜ୍ଞାନ କ୍ଷେତ୍ରରେ ପ୍ରବେଶ ପାଇଁ ପ୍ରେରିତ କରିଛି। ଏହା ନିଜ ନିଜ ଭିତରେ ଏକ ପ୍ରକାର ବିଜୟ। ’

ସମ୍ବନ୍ଧିତ ଖବର