ନୂଆଦିଲ୍ଲୀ: ଡିସେମ୍ବର ୧୧ ତାରିଖ ଦିନ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ‘ରିସାଟ୍-୨ବିଆର୍୧’ ନାମରେ ଗୋଟାଏ ପୃଥିବୀ ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ ଉତ୍କ୍ଷେପଣ କରିବାକୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ପ୍ରସ୍ତୁତି କରୁଛି।
‘ରିସାଟ୍-୨ବିଆର୍୧’ ହେଉଛି ‘ରିସାଟ୍-୨ବି’ ସିରିଜ୍ର ଦ୍ୱିତୀୟ କୃତ୍ରିମ ଉପଗ୍ରହ ଏବଂ ଏହା ଉତ୍କ୍ଷେପଣ କରାଗଲେ ମହାଶୂନ୍ର୍ୟରୁ ପୃଥିବୀ ପର୍ଯ୍ୟବେକ୍ଷଣ କରିବାରେ ଭାରତୀୟ ନିରାପତ୍ତା ଏଜେନ୍ସିଙ୍କ ସାମର୍ଥ୍ୟ ବୃଦ୍ଧି ପାଇବ।
/sambad/media/post_attachments/wp-content/uploads/2019/12/ps-300x166.jpg)
ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲ (ପିଏସ୍ଏଲ୍ଭି) ରକେଟ୍ ଯୋଗେ ‘ରିସାଟ୍-୨ବିଆର୍୧’କୁ ଉତ୍କ୍ଷେପଣ କରାଯିବ ଏବଂ ଏହା ହେବ ପିଏସ୍ଏଲ୍ଭିର ୫୦ତମ ଅଭିଯାନ। ‘ରିସାଟ୍-୨ବିଆର୍୧’ ସହ ପିଏସ୍ଏଲ୍ଭି ରକେଟ୍ ଆହୁରି ନଅଟି ବ୍ୟାବସାୟିକ କୃତ୍ରିମ ଉପଗ୍ରହ ବହନ କରିନେବ। ସେଥିରୁ ଛଅଟି ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ଏବଂ ଇସ୍ରାଏଲ୍, ଇତାଲି ଏବଂ ଜାପାନ- ପ୍ରତ୍ୟେକଙ୍କର ଗୋଟିଏ କରି କୃତ୍ରିମ ଉପଗ୍ରହ।
ନଭେମ୍ବର ୨୭ ତାରିଖ ଦିନ ଇସ୍ରୋର ପିଏସ୍ଏଲ୍ଭି-ସି୪୭ ସଫଳରତାର ସହ କାର୍ଟୋସାଟ୍-୩ ମହାକାଶଯାନକୁ ସତୀଶ ଧାଓ୍ଵନ୍ ମହାକାଶ କେନ୍ଦ୍ରରୁ ସଫଳତାର ଉତ୍କ୍ଷେପଣ କରି କକ୍ଷପଥରେ ଅବସ୍ଥାପିତ କରିଥିଲା।