ଶ୍ରୀହରିକୋଟା: ବୁଧବାର ସକାଳ ୯: ୨୮ ମିନିଟ୍‌ରେ ଇସ୍ରୋ ସଫଳତାର ସହ ପିଏସ୍‌ଏଲ୍‌-ସି୪୭ ଯୋଗେ କୃତ୍ରିମ ଉପଗ୍ରହ କାର୍ଟୋସାଟ୍‌-୩କୁ ଉତ୍‌କ୍ଷେପଣ କରି କକ୍ଷପଥରେ ସ୍ଥାପନ କରିଛି। ଏହାର ଓଜନ ୧୬୦୦୦ କିଲୋଗ୍ରାମ୍‌ରୁ ସାମାନ୍ୟ ଅଧିକ। ଏହି ରିମୋଟ୍‌ ସେନ୍‌ସିଙ୍ଗ୍‌ ସାଟେଲାଇଟ୍‌ ଭୂପୃଷ୍ଟକୁ ବିସ୍ତତଭାବେ ମ୍ୟାପିଙ୍ଗ୍‌ କରି ପାରିବ।

Advertisment

କାର୍ଟୋସାଟ୍‌ ସହ ପିଏସ୍‌ଏଲ୍‌ଭି ଏହାର ୪୯ତମ ଉଡ଼ାଣରେ ଯୁକ୍ତରାଷ୍ଟ୍ର ଆମେରିକାର ୧୩ଟି ଅତି କ୍ଷୁଦ୍ର ସାଟେଲାଇଟ୍‌ ମଧ୍ୟ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରିଛି।

ଆଜିର ୧୩ଟି କୃତ୍ରିମ ଉପଗ୍ରହଗୁଡ଼ିକୁ କକ୍ଷ ପଥରେ ସ୍ଥାପିତ କରିବା ପରେ ଭାରତ ୩୦୦ରୁ ଅଧିକ ବିଦେଶୀ କୃତ୍ରିମ ଉପଗ୍ରହ ଲଞ୍ଚ୍‌ କରି ରେକର୍ଡ କରିଛି।

publive-image The Financial Express

ଇସ୍ରୋର ୪୪ ମିଟର ଦୀର୍ଘ ପିଏସ୍‌ଏଲ୍‌ଭି ପୂର୍ବରୁ ୨୯୭ଟି ବିଦେଶୀ ସାଟେଲାଇଟ୍‌ କକ୍ଷପଥରେ ସ୍ଥାପନ କରିଥିଲା। ଆଜିକୁ ମିଶାଇ ସେ ସଂଖ୍ୟା ୩୦୦ ଟପିଲା।

ସତୀଶ ଧାଓ୍ଵନ୍‌ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ୍‌ ପ୍ୟାଡ୍‌ରୁ ସକାଳ ୯: ୨୮ରେ ଉତ୍‌କ୍ଷେପିତ ହେବାର ୧୭ ମିନିଟ୍‌ ପରେ କାର୍ଟୋସାଟ୍‌-୩କୁ ପୋଲାର୍‌ ସନ୍‌ ସିଙ୍କ୍ରୋନସ୍‌ ଅର୍‌ବିଟ୍‌ରେ ସ୍ଥାପନ କରିଥିଲା।

ରକେଟ୍‌ର ଉଡ଼ାଣ ପର୍ଯ୍ୟବେକ୍ଷଣ କରିବାକୁ ଇସ୍ରୋ ଅଧ୍ୟକ୍ଷ କେ ଶିବମ ମଧ୍ୟ ଅନ୍ୟ ବୈଜ୍ଞାନିକମାନଙ୍କ ସହ କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟରେ ବସିଥିଲେ।