ସ୍ୱାଧୀନତା ଦିବସ ପୂର୍ବରୁ ଅନ୍ତରୀକ୍ଷରେ ଇଓଏସ-୦୩ ଉପଗ୍ରହ ନିୟୋଜିତ କରିବ ଭାରତ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ପ୍ରସ୍ତୁତି ମଧ୍ୟରେ ଭାରତ ତା’ର ବହୁ ପ୍ରତିକ୍ଷୀତ ଜିୟୋ ଇମେଜିଙ୍ଗ ଉପଗ୍ରହ (ଜିସେଟ୍) କୁ ଅଗଷ୍ଟ ୧୨ ତାରିଖରେ ଲଂଚ କରିବାକୁ ଯାଉଛି । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଅଗଷ୍ଟ ୧୨ ତାରିଖରେ ଜିଏସଏଲବି-ଏଫ ୧୦ ମାଧ୍ୟମରେ ପୃଥିବୀ ଉପରେ ନଜର ରଖିପାରୁଥିବା ଏହି ଉପଗ୍ରହକୁ ଲଞ୍ଚ କରିବ । ଏହି ଉପଗ୍ରହର କୋଡ ନାମ ଇଓଏସ-୦୩ ରଖା ଯାଇଛି ।

ଇସ୍ରୋର ସୂଚନା ମୁତାବକ, ଏହି ଉପଗ୍ରହର ଲଞ୍ଚ ଅଗଷ୍ଟ ୧୨ ତାରିଖ ସକାଳ ୫ ଟା ୪୩ ମିନିଟରେ କରାଯିବ । ଅନ୍ୟପଟେ ପାଣିପାଗର ସ୍ଥିତି ଉପରେ ସମୟ ନିର୍ଘଣ୍ଟ ବଦଳିପାରେ ବୋଲି କୁହାଯାଇଛି । ଏହା ଏକ ଅତ୍ୟାଧୁନିକ ଉପଗ୍ରହ ହୋଇଥିବା ବେଳେ, ଏହି ଉପଗ୍ରହକୁ ଜିଏସଏଲବି ଏଫ ୧୦ ମହାକାଶ ଯାନ ଜରିଆରେ ପୃଥିବୀର କକ୍ଷପଥରେ ରଖାଯିବ । ଏହାପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରି ୨୮ ତାରିଖରେ ବି ଇସ୍ରୋ ୧୮ ଟି ଛୋଟ ଉପଗ୍ରହ ଲଞ୍ଚ କରିଥିଲା । ଏହା ମଧ୍ୟରେ ଦେଶୀ ଓ ବିଦେଶୀ ଉପଗ୍ରହ ସାମିଲ ଥିଲା ।

Geo-imaging satellite “EOS-03” scheduled for launch in third quarter of  2021 - The Canara Post
The Canara Post

ଅନ୍ତରୀକ୍ଷ ବିଭାଗର ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂ ନିକଟରେ ସଂସଦରେ ଦାବି କରିଥିଲେ କି ଇଓଏସ-୩ ଦୈନିକ ୪-୫ ଥର ସମଗ୍ର ଦେଶ ଉପରେ ନଜର ରଖିବାକୁ ସକ୍ଷମ ହେବ ଓ ଜଳ ଉତ୍ସ, ଫସଲ, ଉଦ୍ଭିଦର ଅବସ୍ଥା ସହ ଜଙ୍ଗଲ କ୍ଷେତ୍ର ପରିବର୍ତ୍ତନ ଉପରେ ନଜର ରଖିବା ପାଇଁ ଉପଯୁକ୍ତ । ଏହାସହ ଏହି ଉପଗ୍ରହ ବନ୍ୟା ଓ ଘୂର୍ଣ୍ଣିବଳୟ ବିଷୟରେ ସଠିକ୍ ସୂଚନା ମଧ୍ୟ ପ୍ରଦାନ କରିବ ।

ସମ୍ବନ୍ଧିତ ଖବର