ନୂଆଦିଲ୍ଲୀ : ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ଜିଓ ଇମେଜିଂ ଉପଗ୍ରହ ଜିସାଟ୍-୧ର ଉତ୍କ୍ଷେପଣକୁ ଏବେ ସ୍ଥଗିତ ରଖିବ। ଆସନ୍ତାକାଲି ତଥା ମାର୍ଚ୍ଚ ୫ ତାରିଖରେ ଇସ୍ରୋ ଜିସାଟ୍-୧ର ଉତ୍କ୍ଷେପଣ କରିଥାନ୍ତା। କିନ୍ତୁ ବୈଷୟିକ କାରଣ ଦର୍ଶାଇ ଇସ୍ରୋ ଏହି ଉତ୍କ୍ଷେପଣକୁ ସ୍ଥଗିତ ରଖିଛି। ଏକ ଟ୍ବିଟ୍ କରି ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ମାର୍ଚ୍ଚ ୫ ତାରିଖରେ ହେବାକୁ ଥିବା ଜିସାଟ୍-୧ ଉତ୍କ୍ଷେପଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଗଲା। ପରବର୍ତ୍ତୀ ସମୟରେ ଉତ୍କ୍ଷେପଣର ତାରିଖ ଘୋଷଣା କରାଯିବ।
ଜିସାଟ୍-୧ର ଉତ୍କ୍ଷେପଣ ସ୍ଥଗିତ
/sambad/media/post_attachments/wp-content/uploads/2020/03/isro-gisat1.jpg)