ଭାରତର ‘ଚନ୍ଦ୍ରଯାନ-୨’ର ସଫଳ ଉତକ୍ଷେପଣ

ଶ୍ରୀହରିକୋଟା : ଭାରତର ‘ଚନ୍ଦ୍ରଯାନ-୨’ ସଫଳତାର ସହ ଉତକ୍ଷେପଣ ହୋଇଛି । ଆଜି ଅପରାହ୍ଣ ୨ଟା ୪୩ ମିନିଟରେ ଏହାକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଛି । ପ୍ରାୟ ୯୮୭ କୋଟି ଟଙ୍କା ମୂଲ୍ୟର ଏହି ଚନ୍ଦ୍ରଯାନ-୨ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ।

ପୂର୍ବରୁ ପ୍ରାୟ ୪ ଥର ବାତିଲ ହେବା ପରେ ଜୁଲାଇ ୧୫ ରାତି ୨ଟା ୫୧ମିନିଟରେ ଉତକ୍ଷେପଣ ଲାଗି ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଚନ୍ଦ୍ରଯାନକୁ ମହାକାଶରେ ପହଞ୍ଚାଇବାକୁ ଥିବା ଜିଏସଏଲଭି-ମାର୍କ-୩ର କ୍ରାୟୋଜେନିକ ଇଂଜିନର ହିଲିୟମ ବଟଲରେ ଲିକ୍‌ ହେବାରୁ ଉତକ୍ଷେପଣର ୫୬ ମିନିଟ ପୂର୍ବରୁ ଏହି ଉତକ୍ଷେପଣକୁ ବାତିଲ କରାଯାଇଥିଲା । ଏବେ ଏହି ତ୍ରୁଟିକୁ ସଜଡାଯାଇ ପୁଣି ଉତକ୍ଷେପଣ କରାଯାଇଥିଲା ।

ଏହି ଅଭିଯାନରେ ସଫଳ ହେଲେ ଭାରତ ବିଶ୍ବର ୪ର୍ଥ ଦେଶ ହେବ । ପୂର୍ବରୁ  ଆମେରିକା, ଋଷିଆ ଓ ଚୀନ ଏହି ସଫଳତା ହାସଲ କରିଛନ୍ତି । ଇସ୍ରାଏଲ ନିଜର ଚନ୍ଦ୍ରଯାନ ବେରେସିଟକୁ ଗତ ଫେବ୍ରୁଆରୀ ମାସରେ ଲଞ୍ଚ କରିଥିଲା । କିନ୍ତୁ ଏହା ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାରେ ବିଫଳ ହୋଇଥିଲା ।

ସମ୍ବନ୍ଧିତ ଖବର