ଦେଶର ପ୍ରଥମ ଘରୋଇ ବିକ୍ରମ-ଏସ୍‌ ରକେଟ ଉତ୍‌କ୍ଷେପଣ କରି ଇତିହାସ ରଚିଲା ଇସ୍ରୋ

ନୂଆଦିଲ୍ଲୀ/ ଭୁବନେଶ୍ବର:  ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପ୍ରଥମ ଘରୋଇ ବିକ୍ରମ-ସବଅରବିଟାଲ (ବିକ୍ରମ –ଏସ୍‌) ରକେଟ ସଫଳତାର ସହ ଉତ୍‌କ୍ଷେପଣ କରି ଇତିହାସ ସୃଷ୍ଟି କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ରାଷ୍ଟ୍ରମନ୍ତ୍ରୀ ପିଏମଓ, ଆଣବିକ ଶକ୍ତି ଓ ମହାକାଶ ଡକ୍ଟର ଜିତେନ୍ଦ୍ର ସିଂ ବ୍ୟକ୍ତିଗତ ଭାବେ ଏହି ସ୍ମରଣୀୟ ମୁହୂର୍ତ୍ତର ଅବଲୋକନ କରି ଏହା କହିଛନ୍ତି।

ଇସ୍ରୋ ଟିମ୍ ଓ ସଂସଦୀୟ ମହାକାଶ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସକୁ ଏକ ସଂକ୍ଷିପ୍ତ ଅଭିନନ୍ଦନ ବାର୍ତ୍ତା ଦେଇ ଡକ୍ଟର ସିଂ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ସମୟରେ ଏହା ଐତିହାସିକ ଷ୍ଟାର୍ଟଅପ୍ କ୍ଷେତ୍ରରେ ଏକ ନୂଆ ମୋଡ ! ଇସ୍ରୋର ମହାକାଶକୁ ବିକ୍ରମ-ଏସ ରକେଟ ଉତ୍‌କ୍ଷେପଣର ଏହା ଏକ ନୂତନ ଅୟମାରମ୍ଭ । ଦେଶର ୭୫ବର୍ଷ ଇତିହାସରେ ଇସ୍ରୋ ମହାକାଶ ଯାତ୍ରାରେ ଏହା ଦ୍ବାରା ଆଉ ଏକ ସଫଳତାର ମାଇଲଖୁଣ୍ଟ ସ୍ପର୍ଶ କରିଛି । ଏଥି ଯୋଗୁଁ ଭାରତ ବିଶ୍ୱରେ ଅଗ୍ରଣୀ ମହାକାଶ ଶକ୍ତିର ଅଧିକାରୀ ହୋଇପାରିଛି । ମହାକାଶ କ୍ଷେତ୍ରରେ ଭାରତରେ ଘରୋଇ ଭାଗିଦାରିତାର ସାମିଲ ପାଇଁ ଦୁଇବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଟା ଆଜି ସଫଳ ହୋଇଛି। ବିକ୍ରମ-ଏସ୍ ଗୋଟିଏ ଏକକ ପର୍ଯ୍ୟାୟଭୁକ୍ତ ଇନ୍ଧନ ରକେଟ । ଏହା ଆସନ୍ତା ବର୍ଷ ଛଡା ହେବାକୁ ଥିବା ବିକ୍ରମ-୧ ପୂର୍ବରୁ ସ୍କାଏରୁଟ ଏରୋସ୍ପେସ ପ୍ରକଳ୍ପର ସବୁ ପଦ୍ଧତି ଓ ପ୍ରକ୍ରିୟାକୁ ପରୀକ୍ଷା କରିବ । ଏହି ରକେଟ ସମୁଦ୍ରପତନ ଠାରୁ ସର୍ବାଧିକ ୮୧.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଗତି କରି ସମୁଦ୍ରରେ ପଡିବ । ଏହାର ମୋଟ ଉତ୍‌କ୍ଷେପଣ ସମୟ ମାତ୍ର ୩୦୦ସେକେଣ୍ଡ ।

ସ୍କାଏରୁଟ ହେଉଛି ପ୍ରଥମ ଷ୍ଟାର୍ଟଅପ ଯାହାକି ଇସ୍ରୋ ସହ ଏହାର ରକେଟ ଉତ୍‌କ୍ଷେପଣ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା। ଦେଶର ପ୍ରଥମ ଘରୋଇ ଉତ୍‌କ୍ଷେପଣ ସହ ସ୍କାଏରୁଟ୍ ଏରୋସ୍ପେସର ପ୍ରଥମ ଅଭିଯାନର ନାମ “ପ୍ରାରମ୍ଭ” ରଖାଯାଇଛି ବୋଲି ସେ କହିଛନ୍ତି ।

ଡକ୍ଟର ବିକ୍ରମ ସରାଭାଇ ଇସ୍ରୋର ପ୍ରଥମ ଅଧ୍ୟକ୍ଷ  ତଥା ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ। ପ୍ରାଚୀନ ବିଜ୍ଞାନ ବ୍ୟବସ୍ଥାରେ ସେ ଭାରତ ପାଇଁ ଦେଖିଥିବା ଆକାଂକ୍ଷିତ ସ୍ୱପ୍ନ ଆଜି ଗୌରବର ସହ ସିଦ୍ଧି ଲାଭ କରିଛି । ଡକ୍ଟର ସିଂ ସ୍ମୃତିଚାରଣ କରି କହିଥିଲେ ଯେ ଡକ୍ଟର ବିକ୍ରମ ସାରାଭାଇ ସବୁବେଳେ ଇସ୍ରୋ ଜାତୀୟସ୍ତରରେ ଏକ ଅର୍ଥପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଗତ ଆଠବର୍ଷ ମଧ୍ୟରେ ଏହା ପ୍ରମାଣ କରିଛି । ଭାରତର ଯୁବ ମେଧା ଶକ୍ତି ସୁଯୋଗ ପାଇବା ପରେ ସେମାନଙ୍କ ସାମର୍ଥ୍ୟ ପ୍ରଦର୍ଶନ କରିଛନ୍ତି । ଭାରତର ବିଶାଳ ଜ୍ଞାନଯୁକ୍ତ ଯୁବଶକ୍ତିର ବିରାଟ ସ୍ୱପ୍ନ ଥିବାବେଳେ ମୋଦୀଜୀ ସେମାନଙ୍କୁ ଏକ ଉପଯୁକ୍ତ ରାସ୍ତା ଦେଖାଇପାରିଛନ୍ତି ।

ମହାକାଶ କ୍ଷେତ୍ରରେ ଷ୍ଟାର୍ଟ ଅପ ସଂଖ୍ୟା ତିନି ଚାରିବର୍ଷ ଆଗରୁ ମାତ୍ର ଦୁଇଟି ଥିବାବେଳେ ଆଜି ଏହା ୧୦୨ରେ ପହଞ୍ଚିଛି । ସେଗୁଡିକ ମହାକାଶ ଭଗ୍ନାବଶେଷ ପରିଚାଳନା, ନାନୋ ଉପଗ୍ରହ, ଉତ୍‌କ୍ଷେପଣ ଯାନ, ଭୂପୃଷ୍ଠ ପଦ୍ଧତି ଓ ଗବେଷଣା ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।

PIB

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗୁଁ ଭାରତକୁ ଭାରତୀୟ ବିଜ୍ଞାନ, ପ୍ରଯୁକ୍ତି, ନବୋନ୍ମେଷ ସାମର୍ଥ୍ୟରେ ସାର୍ବଜନୀନ ସ୍ୱୀକୃତି ମିଳିଥିବାବେଳେ ଆମ ଷ୍ଟାର୍ଟଅପମାନଙ୍କ ଚାହିଦା ଯଥେଷ୍ଟ ବୃଦ୍ଧି ପାଉଥିବା ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି । ସମଗ୍ର ବିଶ୍ୱ ଭାରତରୁ ଉତ୍ସାହ ପାଇବା ଅପେକ୍ଷାରେ ରହିଛି ଓ ଅନେକ ଦେଶ ଉପଗ୍ରହ ଓ ନାନୋ ଉପଗ୍ରହ ନିର୍ମାଣରେ ଭାରତଠାରୁ ସାହାଯ୍ୟ ପାଉଛନ୍ତି । ଏକ ବିବୃତ୍ତିରେ ଇସ୍ରୋ କହିଛି ଯେ ପ୍ରାରମ୍ଭ ଅଭିଯାନ ସଫଳତାର ସହ ସମ୍ପନ୍ନ ହୋଇଛି । ସ୍କାଇରୁଟ୍ ଏରୋସ୍ପେସ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍ ଆକାଶ ଛୁଇଁଛି । ଏହା ମହାକାଶକୁ ମୋଟ ୩ ପେ ଲୋଡ ବହନ କରିଥିବାବେଳେ ସେଥିରେ ଗୋଟିଏ ବିଦେଶୀ ଗ୍ରାହକଙ୍କର ରହିଛି ।

ସମ୍ବନ୍ଧିତ ଖବର