ବେଙ୍ଗାଲୁରୁ: ଚନ୍ଦ୍ରୟାନ-୨ ଅର୍ବିଟର ସଂପର୍କରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି। ଗତ ମାସ ୨୦ ତାରିଖରେ ନାସାର ଲୁନାର ରିକନାଇସାନ୍ସ ଅର୍ବିଟର (ଏଲ୍ଆର୍ଓ) ଏବଂ ଚନ୍ଦ୍ରଯାନ-୨ ଅର୍ବିଟର ମଧ୍ୟରେ ସଂଘାତ ହୋଇଥାନ୍ତା। କିନ୍ତୁ ଇସ୍ରୋର ବୈଜ୍ଞାନିକମାନେ ଏହାକୁ ଟାଳି ଦେଇଛନ୍ତି। ଚନ୍ଦ୍ରର ଉତ୍ତର ମେରୁ ନିକଟରେ ଅକ୍ଟୋବର ୨୦ ତାରିଖରେ ଏହି ସଂଘାତ ହେବାର ଆଶଙ୍କା ରହିଥିଲା।
କିନ୍ତୁ ସେହି ସମ୍ଭାବ୍ୟ ସଂଘାତର ସପ୍ତାହକ ପୂର୍ବରୁ ଇସ୍ରୋ ଓ ନାସାର ନିରବଚ୍ଛିନ୍ନ ତଥ୍ୟ ବିଶ୍ଳେଷଣରୁ ଏହା ମଧ୍ୟ ଜଣାଯାଇଥିଲା ଦୁଇ ମହାକାଶ ଯାନ ମଧ୍ୟରେ ଦୂରତାର ପାର୍ଥକ୍ୟ ଖୁବ୍ କମ୍ ରହିପାରେ। ତେଣୁ ସଂଘର୍ଷ ବିପଦକୁ ଦୂର କରିବା ପାଇଁ ଉଭୟ ଇସ୍ରୋ ଓ ନାସା ଚିନ୍ତା କରିଥିଲେ। ଉଭୟ ସଂସ୍ଥା ଏହା ମଧ୍ୟ ନିଷ୍ପତ୍ତି ନେଇଥିଲେ ଯେ ଏଭଳି ସ୍ଥିତିକୁ ଏଡ଼ାଇବା ପାଇଁ ଚନ୍ଦ୍ରୟାନ-୨ ଅର୍ବିଟର ପାଇଁ ସିଏଏମ୍ ବା କଲ୍ୟୁଜନ୍ ଆଭଏଡାନ୍ସ ମେକାନିଜିମ୍ କାର୍ଯ୍ୟକାରୀ କରାଯିବ।
ଅକ୍ଟୋବର ୧୮ ତାରିଖରେ ଉକ୍ତ କାର୍ଯ୍ୟ ସଂପାଦନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ଚନ୍ଦ୍ରର ମେରୁ କକ୍ଷରେ ଉଭୟ ଚନ୍ଦ୍ରୟାନ-୨ ଏବଂ ନାସାର ଏଲଆରଓ ବୁଲୁଥିବାରୁ ଏମାନେ ଚନ୍ଦ୍ରର ମେରୁ ପାଖରେ ନିକଟତର ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/f4ea5c92-c83a-47ff-a1a9-75a1d7f6e9ca.jpg)