୧୫ରେ ଉତକ୍ଷେପଣ ହେବ ଚନ୍ଦ୍ରଯାନ-୨, ଫଟୋ ଜାରି କଲା ଇସ୍ରୋ

ଶ୍ରୀହରିକୋଟା : ଆସନ୍ତା ୧୫ ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୨କୁ ମହାକାଶକୁ ପ୍ରେରଣ କରାଯିବ । ଆଜି ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୨ର ଫଟୋ ଜାରି କରାଯାଇଛି । ଗତକାଲି ଚନ୍ଦ୍ରଯାନ-୨ ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡକୁ ନିଆଯାଇଥିଲା । ଏହାକୁ ଇତି ମଧ୍ୟରେ ଜିଏସଏଲଭି ମାକ-୨ ରକେଟରେ ଇଣ୍ଟିଗ୍ରେସନ କରାଯାଇଛି । ଏହାର ଉତକ୍ଷେପଣ ଯେପରି ତ୍ରୁଟିଶୂନ୍ୟ ରହିବ ସେଥିପାଇଁ ଇସ୍ରୋ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ।

ଭାରତର ଚନ୍ଦ୍ରଯାନ ପୂର୍ବରୁ ଗତ ଜାନୁୟାରୀ ମାସରେ ଆରମ୍ଭ ହେବାର ଥିଲା । କିନ୍ତୁ ପରେ ତାହାକୁ ଏପ୍ରିଲ, ତା ପରେ ମେ ଓ ପରେ ଜୁଲାଇ ମାସକୁ ଘୁଞ୍ଚାଇଦିଆଯାଇଥିଲା । ତେବେ ନିଜ ଅଭିଯାନରେ ସଫଳ ହେଲେ ଏପରି କରିବାରେ ଭାରତ ବିଶ୍ବର ୪ର୍ଥ ଦେଶ ହେବ । ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଏହି ସଫଳତା ହାସଲ କରିଛନ୍ତି । ଇସ୍ରାଏଲ ନିଜର ଚନ୍ଦ୍ରଯାନ ବେରେସିଟକୁ ଗତ ଫେବ୍ରୁଆରୀ ମାସରେ ଲଞ୍ଚ କରିଥିଲା । କିନ୍ତୁ ଏହା ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାରେ ବିଫଳ ହୋଇଥିଲା ।

ସମ୍ବନ୍ଧିତ ଖବର