ଇସ୍ରୋ ରିଲିଜ୍‌ କଲା ଚନ୍ଦ୍ରଯାନ-୨ ଉଠାଇଥିବା ଚନ୍ଦ୍ରପୃଷ୍ଠର ଫଟୋ

ଚେନ୍ନାଇ: ଚନ୍ଦ୍ରଯାନ-୨ ଅର୍ବିଟର୍‌ରେ ଥିବା ଅର୍ବିଟର୍‌ ହାଇ ରିଜୋଲ୍ୟୁସନ୍‌ କ୍ୟାମେରାରେ ଉତ୍ତୋଳିତ ଚନ୍ଦ୍ରପୃଷ୍ଠର ଚିତ୍ର ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ରିଲିଜ୍‌ କରିଛି।

ଇସ୍ରୋ କହିବା ଅନୁସାରେ, ଚନ୍ଦ୍ରପୃଷ୍ଠର ୧୦୦ କିଲୋମିଟର ଊର୍ଦ୍ଧ୍ୱରୁ ଏହି ଫଟୋଗୁଡ଼ିକ ବୋଗସ୍‌ଲସ୍କି ଇ କ୍ରେଟରର୍‌ ଅଂଶବିଶେଷ। ଏହାର ବ୍ୟାସାର୍ଦ୍ଧ ୧୪ କିଲୋମିଟର ଏବଂ ଗଭୀରତା ୩ କିଲୋମିଟର। ଏହା ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ଅବସ୍ଥିତ।

ଇସ୍ରୋ କହିଛି ଆହୁରି କହିଛି କି, ଚିତ୍ରରେ ଚନ୍ଦ୍ରରେ ପଡ଼ିଥିବା କେତେକ ଶିଳାଖଣ୍ଡ ଓ ଛୋଟ ଛୋଟ ଗହ୍ଵର ମଧ୍ୟ ଦୃଶ୍ୟମାନ ହେଉଛି।

ସମ୍ବନ୍ଧିତ ଖବର