ଗୋଟିଏ ରକେଟକୁ ବାରମ୍ବାର ବ୍ୟବହାର କରିବାକୁ ପରୀକ୍ଷଣ ଆରମ୍ଭ କରିବ ଇସ୍ରୋ

ବେଙ୍ଗାଲୁରୁ : ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏକ ଇତିହାସ ସୃଷ୍ଟିକରିବାକୁ ଯାଉଛି । ଇସ୍ରୋ ପକ୍ଷରୁ ପୁନଃବ୍ୟବହାରଯୋଗ୍ୟ ରକେଟର ପରୀକ୍ଷଣ କରାଯିବ । ଏଥିପାଇଁ ଇସ୍ରୋ ପକ୍ଷରୁ ରିୟୁଜେବଲ ଲଞ୍ଚ୍ ଭେହିକ୍ଲ (ପୁନଃବ୍ୟବହାରଯୋଗ୍ୟ ରକେଟ)ର ରନଓ୍ବେ ଲାଣ୍ଡିଂ ଏକ୍ସପେରିମେଣ୍ଟ କରାଯିବାକୁ ପ୍ରସ୍ତୁତି ଚାଲିଛି । ନିକଟ ଭବିଷ୍ୟତରେ ଏହି ପରୀକ୍ଷଣ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ କହିଛନ୍ତି ।

କେବଳ ଏତିକି ନୁହେଁ, ଆସନ୍ତା ସପ୍ତାହରେ ଭାରତ ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି । କାରଣ ଗୋଟିଏ ଘରୋଇ କମ୍ପାନି ପ୍ରଥମ ଥର ପାଇଁ ମହାକାଶକୁ ରକେଟ୍ ପ୍ରେରଣ କରିବ ।

ସ୍କାଏରୁଟ୍ ଏରୋସ୍ପେସ୍ ନାମକ ଏକ ଷ୍ଟାର୍ଟଅପ୍ ଦେଶର ପ୍ରଥମ ଘରୋଇ ବିକଶିତ ରକେଟ୍ କୁ ମହାକାଶକୁ ଉଠାଇବାକୁ ଯାଉଛି । ଏହି ମିଶନର ନାଁ ରଖାଯାଇଛି ପ୍ରାରମ୍ଭ ଓ ଏହା ନଭେମ୍ବର ୧୨-୧୬ ମଧ୍ୟରେ ବିକ୍ରମ-ଏସ ନାମକ ରକେଟକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ ।

ଏହି ମିଶନ ଐତିହାସିକ କୁହାଯାଉଛି କାରଣ ଏପର୍ଯ୍ୟନ୍ତ ଦେଶରେ ରକେଟ୍ ପ୍ରେରଣ ସରକାରୀ ନିୟନ୍ତ୍ରିତ ସଂସ୍ଥା ଇସ୍ରୋ ନିୟନ୍ତ୍ରଣରେ ଥିଲା । ପ୍ରଥମ ଥର ପାଇଁ ଏକ ଘରୋଇ ଷ୍ଟାର୍ଟଅପ୍ ରକେଟ ପ୍ରେରଣ କରିବ । ଅବଶ୍ୟ ପୂର୍ବରୁ ଘରୋଇ କମ୍ପାନିମାନେ ସାଟେଲାଇଟ୍ ଡିଜାଇନ ଓ ନିର୍ମାଣ କରୁଥିଲେ ଓ ସେଗୁଡ଼ିକୁ ଇସ୍ରୋ ରକେଟ୍ ମାଧ୍ୟମରେ ପ୍ରେରଣ କରାଯାଉଥିଲା ।

ସମ୍ବନ୍ଧିତ ଖବର