ନୂଆଦିଲ୍ଲୀ: ମ୍ୟାମାରରେ ଭୂକମ୍ପ ମୃତ୍ୟୁସଂଖ୍ୟା ୨ ହଜାର ଟପିଯାଇଛି। ଗତସୋମବାର ଦେଶର ସାମରିକ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୂକମ୍ପରେ ୨,୦୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩,୯୦୦ ଆହତ ହୋଇଛନ୍ତି। ପାଖାପାଖି ୨୭୦ ଜଣ ନିଖୋଜ ଅଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂଗଠନ କିଛି ଫଟୋ ଜାରି କରିଛି। ଏହି ଫଟୋଗୁଡ଼ିକରେ ମ୍ୟାମାରରେ ଭୂମିକମ୍ପ ପରର ଦୃଶ୍ୟ ଦେଖିବାକୁ ମିଳୁଛି।
ମାର୍ଚ୍ଚ ୨୮ରେ ମ୍ୟାମାରରେ ହୋଇଥିବା ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏହି ବିପର୍ଯ୍ୟୟରେ ହଜାରହଜାର ଲୋକ ପ୍ରାଣ ହରାଇଥିଲେ। ଇସ୍ରୋର ସାଟେଲାଇଟ୍ କାର୍ଟୋସେଟ-୩ ମାର୍ଚ୍ଚ ୧୮ରେ ମ୍ୟାମାରର ମେଣ୍ଡଲେ ଏବଂ ସେଙ୍ଗେଗ ସହରର କିଛି ଅଞ୍ଚଳର ଫଟୋ ଉଠାଇଥିଲା।
ଭୂମିକମ୍ପ ପରେ କାର୍ଟୋସେଟ-୩ ମାର୍ଚ୍ଚ ୨୯ରେ ଉଠାଇଥିବା ଫଟୋଗୁଡ଼ିକରେ ଉକ୍ତ ଅଞ୍ଚଳଗୁଡ଼ିକରେ ଭୂମିକମ୍ପର ତୀବ୍ରତା କେତେ ଶକ୍ତିଶାଳୀ ଥିଲା ତାହା ଦେଖିବାକୁ ମିଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/01/ocL4A9eucCBk2lsSjbKp.jpg)