ନୂଆଦିଲ୍ଲୀ: ଡିସେମ୍ବର ୨୦୨୧ ସୁଦ୍ଧା ମହାକାଶକୁ ଭାରତର ପ୍ରଥମ ମାନବ ଅଭିଯାନ ଗଗନଯାନ ପ୍ରେରଣ କରାଯିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଘୋଷଣା କରିଛି। ଶୁକ୍ରବାର ଦିନ ଇସ୍ରୋମୁଖ୍ୟ କେ ସିବନ ସାମ୍ବାଦିକ ସମ୍ମିଳନୀରେ ଏ କଥା କହିଛନ୍ତି। ଏଥିପାଇଁ ପ୍ରସ୍ତୁତି ଚାଲିଛି ବୋଲି ସେ ନିଶ୍ଚିତ କରିଛନ୍ତି।
ଇସ୍ରୋ ମୁଖ୍ୟ ଆହୁରି କହିଛନ୍ତି ଯେ ଡିସେମ୍ବର ୨୦୨୦ ଏବଂ ଜୁଲାଇ ୨୦୨୧ରେ ଭାରତ ମହାକାଶକୁ ଦୁଇଟି ମାନବରହିତ ଅଭିଯାନ ଚଳାଇବ।
ସେ ପୁଣି କହିଛନ୍ତି ଯେ, ଗଗନଯାନ ପାଇଁ ପ୍ରାରମ୍ଭିକ ତାଲିମ ଭାରତରେ କରାଯିବ। ଉନ୍ନତ ତାଲିମ ସମ୍ଭବତଃ ରୁଷ୍ରେ କରାଯାଇ ପାରେ। ମହାକାଶରୀମାନଙ୍କ ମଧ୍ୟରେ ମହିଳା ମଧ୍ୟ ରହିବେ। ଏହା ଆମର ଲକ୍ଷ୍ୟ।
ଏହି ଅଭିଯାନରେ ତିନିଜଣିଆ ସଦସ୍ୟ ବିଶିଷ୍ଟ କ୍ରୁ ୭ ଦିନ ଲାଗି ମହାକାଶକୁ ପଠାଯିବେ। ଏହି ଅଭିଯାନରେ ୧୦, କୋଟି ଟଙ୍କା ଖର୍ଚ ହେବ। ଜିଏସ୍ଏଲ୍ଭି ଏମ୍କେ-ଥ୍ରି ଯୋଗେ ଗଗନଯାନକୁ ମହାକାଶକୁ ପ୍ରେରଣ କରାଯିବ।