ନୂଆଦିଲ୍ଲୀ : ଗତ ଏକ ସପ୍ତାହ ମଧ୍ୟରେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ କେ.ଶିବନ । ଚନ୍ଦ୍ରଯାନ-୨କୁ ନେଇ ସେ ଅଧିକ ଲୋକପ୍ରିୟ ହୋଇଥିବା ବେଳେ ଏବେ ତାଙ୍କ ନାଁକୁ ନେଇ ସୋସିଆଲ ମିଡିଆରେ ଏକାଧିକ ନକଲି ଆକାଉଣ୍ଟ ତିଆରି ହୋଇଥିବା ଜଣାପଡ଼ିଛି, ଯାହା ଜରିଆରେ ଲୋକମାନେ ଲଗାତାର ଟୁଇଟ୍ କରିବାରେ ଲାଗିଛନ୍ତି । ତେବେ ବାରମ୍ବାର ଇସ୍ରୋର ମୁଖ୍ୟ କେ.ଶିବନଙ୍କ ନାଁ ଥିବା ଆକାଉଣ୍ଟରୁ ଟୁଇଟ୍ କରାଯାଉଥିବା ଦେଖି ଇସ୍ରୋ ପକ୍ଷରୁ ଅଧିକାରୀକ ଭାବେ ବୟାନ ଜାରି କରାଯାଇଛି।
It is noticed that accounts in the name of Kailasavadivoo Sivan is operational on many Social media. This is to clarify that Dr. K Sivan, Chairman, ISRO does not have any personal accounts.
For official accounts of ISRO, please see https://t.co/DKhLvUwK1P
— ISRO (@isro) September 9, 2019
ସୋମବାର ଇସ୍ରୋ ପକ୍ଷରୁ ଟୁଇଟ୍ କରାଯାଇ ଲୋକମାନଙ୍କୁ ସତର୍କ କରାଯିବା ସହ ପ୍ରେସ୍ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । କୁହାଯାଇଛି କି, ସୋସିଆଲ ମିଡିଆରେ ଇସ୍ରୋର ମୁଖ୍ୟ କେ.ଶିବନଙ୍କ ଫଟୋ ଲଗାଯାଇ ତାଙ୍କ ନାଁରେ ଅନେକ ନକଲି ଆକାଉଣ୍ଟ ତିଆରି କରାଯାଇଛି ।
କହି ରଖୁଛୁ କି, ସୋସିଆଲ ମିଡିଆରେ କେ.ଶିବନଙ୍କର କୌଣସି ବ୍ୟକ୍ତିଗତ ଆକାଉଣ୍ଟ ନାହିଁ। ନକଲି ଆକାଉଣ୍ଟ ଜରିଆରେ ଯାହା ବି ସୂଚନା ଦିଆଯାଉଛି, ତାହା ଉପରେ ବିଶ୍ୱାସ କରନ୍ତୁ ନାହିଁ।