ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୟୁରୋପୀୟ ମହାକାଶ ଏଜେନ୍ସିର ପ୍ରୋବା-୩ ମିସନକୁ ଉତକ୍ଷେପଣ କରିଛି। ଗୁରୁବାର ଅପରାହ୍ନ ଠିକ୍ ୪ଟା ୪ ମିନିଟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉତକ୍ଷେପଣ କରାଯାଇଥିଲା। ପ୍ରୋବା-୩ ହେଉଛି ୟୁରୋପୀୟ ମହାକାଶ ଏଜେନ୍ସି ଇଏସଏର ସୌର ଅଭିଯାନ, ଯାହା ସୂର୍ଯ୍ୟର ରହସ୍ୟ ଅନୁସନ୍ଧାନ କରିବ । ଏହା ପୂର୍ବରୁ ୨୦୦୧ରେ ଇସ୍ରୋ ପକ୍ଷରୁ ଏହି ସିରିଜର ପ୍ରଥମ ସୌର ଅଭିଯାନ ଆରମ୍ଭ କରାଯାଇଥିଲା।
ପିଏସଏଲଭି-ସି୫୯ ରକେଟରୁ ପ୍ରୋବା-୩ ମିଶନକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି । ଏହି ରକେଟ ନିଜ ସହ ଦୁଇଟି ଉପଗ୍ରହ ନେଇଥିଲା ଯାହା ପରସ୍ପର ସହ ସମନ୍ୱୟ ରକ୍ଷା କରିବ ଏବଂ ସୂର୍ଯ୍ୟଙ୍କ ବଳୟ ଉପରେ ଅଧ୍ୟୟନ କରିବ । ପୂର୍ବରୁ ଏହି ଅଭିଯାନକୁ ବୁଧବାର ଉତକ୍ଷେପଣ କରାଯିବାର ଥିଲା, କିନ୍ତୁ ମହାକାଶଯାନରେ ହଠାତ୍ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା। ଏହାପରେ ଅପରାହ୍ନ ୪ଟା ୧୨ରେ ଏହାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ହୋଇଥିଲା। କିନ୍ତୁ ପରେ ଇସ୍ରୋ ୮ ମିନିଟ ପୂର୍ବରୁ ଏହି ଉତକ୍ଷେପଣ କରିଥିଲା ।
ପ୍ରୋବା-୩ ଅଭିଯାନ ଅଧୀନରେ ୟୁରୋପୀୟ ମହାକାଶ ଏଜେନ୍ସି ନିଜର ଦୁଇଟି ଉପଗ୍ରହ ମହାକାଶକୁ ପଠାଉଛି । ଏଗୁଡ଼ିକର ନିର୍ମାଣ କ୍ଷେତ୍ରରେ ଇଟାଲୀ, ସ୍ପେନ୍, ବେଲଜିୟମ, ସୁଇଜରଲ୍ୟାଣ୍ଡ ଏବଂ ପୋଲାଣ୍ଡ ଭଳି ଦେଶ ଯୋଗଦାନ ଦେଇଛନ୍ତି। ଏହି ଦୁଇଟି ଉପଗ୍ରହ ଏକାଠି ଯାଇ ପୃଥିବୀର କକ୍ଷପଥରେ ପହଞ୍ଚିବା ପରେ ପରସ୍ପର ସହ ଯୋଗାଯୋଗ ବଜାୟ ରଖିବା ସହ ସୂର୍ଯ୍ୟର ରହସ୍ୟ ସମାଧାନ ଦିଗରେ କାର୍ଯ୍ୟ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/05/O1u21PW4VVkKBDnwASKo.jpeg)