ଆସନ୍ତା ୨୭ ତାରିଖରେ ୨୭ ମିନିଟ୍‌ରେ ୧୪ଟି ସାଟେଲାଇଟ୍‌ ମହାକାଶକୁ ପଠାଇବ ଇସ୍ରୋ

ଚେନ୍ନାଇ: ଭାରତର ପୋଲାର ସାଟେଲାଇଟ୍‌ ଲଞ୍ଚ୍‌ ଭେଇକିଲ୍ (ପିଏସ୍‌ଏଲ୍‌ଭି) ରକେଟ୍‌ ନଭେମ୍ବର ୨୭ ତାରିଖରେ ୨୭ ମିନିଟ୍‌ରେ ୧୪ଟି ସାଟେଲାଇଟ୍‌ ଉତକ୍ଷେପଣ କରିବା କାର୍ଯ୍ୟକ୍ରମ ରହିଛି। ସେଦିନ ସକାଳ ୯୯.୨୭ ମିନିଟ୍‌ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା  ରକେଟ୍‌ ପୋର୍ଟରୁ ଇସ୍ରୋ ଏହି ରକେଟ୍‌ ଲଞ୍ଚ୍‌ କରିବ ବୋଲି ସୂଚନା ରହିଛି।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)୧୪ଟି ସାଟେଲାଇଟ୍‌ ବ୍ୟତୀତ ତା’ର ପିିଏସ୍‌ଏଲ୍‌ଭି-ଏକ୍ସଏଲ୍‌-ଭାରିଆଣ୍ଟ୍‌କୁ ମଧ୍ୟ ମହାକାଶ ପଠାଇବ। ୧୬୨୫ କିଲୋ ଓଜନର ମୁଖ୍ୟ କାର୍ଟୋସାଟ୍‌-୩ ସାଟେଲାଇଟ୍‌ ସହ ଆହୁରି ୧୩ଟି ନାନୋ ସାଟେଲାଇଟ୍‌  ଇସ୍ରୋ ମହାକାଶକୁ ପଠାଇ ଭିନ୍ନ ଭିନ୍ନ କକ୍ଷପଥରେ ତାକୁ ଅବସ୍ଥାପିତ କରିବ।

Prokerala.com

ଇସ୍ରୋ ପକ୍ଷରୁ ମିଳିଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ କାର୍ଟୋସାଟ୍‌-୩ ହେଉଛି ଏକ ଆଡ୍‌ଭାନ୍ସ ୩ଡି ସାଟେଲାଇଟ୍‌। ଏଥିରେ ଉଚ୍ଚ କ୍ଷମତାସଂପନ୍ନ ଇମେଜିଂ କ୍ଷମତା ରହିଛି। ଏହାକୁ କକ୍ଷର ୫୦୯ କିଲୋମିଟର ଦୂରତା ମଧ୍ୟରେ ସ୍ଥାପନ କରାଯିବ। ଏହା ସହରୀ ଯୋଜନା, ଗ୍ରାମୀଣ ସମ୍ବଳ ଏବଂ ଭିତ୍ତିଭୂମି ବିକାଶ, ଉପକୂଳ ଭୂମିର ଉପଯୋଗ ଏବଂ ଅନ୍ୟାନ୍ୟ କ୍ଷେତ୍ରର ବିକାଶ ଦିଗରେ ସୂଚନା ପ୍ରଦାନ କରିବ।

କାର୍ଟୋସାଟ୍‌-୩ର ଉତକ୍ଷେପଣର  କିଛି ସମୟ ପରେ ୧୩ଟି ନାନୋ ସାଟେଲାଇଟ୍‌ ପ୍ରେରଣ ହେବ। ସେଥି ମଧ୍ୟରୁ ପ୍ରଥମଟିକୁ କକ୍ଷରେ ସ୍ଥାପନ କରାଯିବ। ଶେଷରେ ପିିଏସ୍‌ଏଲ୍‌ଭି ଉତ୍‌କ୍ଷେପଣର ଠିକ୍‌ ୨୬ ମିନିଟ୍‌ ୫୦ ସେକେଣ୍ଡ୍‌ରେ ଅନ୍ତିମ ନାନୋ ସାଟେଲାଇଟ୍‌କୁ କକ୍ଷରେ ସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର