ମହାକାଶକୁ ୩୬ ଯୋଗାଯୋଗ ଉପଗ୍ରହ ଛାଡ଼ିଲା ଇସ୍ରୋ

ଶ୍ରୀହରୀକୋଟା: ଶିନବାର ମଧ୍ୟରାତିରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଇସ୍ରୋ ପକ୍ଷରୁ ୩୬ ଯୋଗାଯୋଗ ଉପଗ୍ରହ ମହାକାଶକୁ ଛଡାଯାଇଛି। ଏଲଭିଏମ -୩ ରକେଟରେ ଶ୍ରୀହରିକୋଟାରେ ଥିବା ସତିଶ ଧାୱନ ସ୍ପେସ ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଛି। ଏହି ଅବସରରେ ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଯେ, ମହାକାଶରେ ୩୬ ଯୋଗାଯୋଗ ଉପଗ୍ରହ ମଧ୍ୟରୁ ୧୬ଟି ପୃଥକ ହୋଇ ସାରିଛି। ଆଉ ୨୦ଟି ପୃଥକ ହେବାକୁ ବାକି ଅଛି।

ମହାକାଶ ବିଭାଗ ଅଧୀନରେ ଥିବା କେନ୍ଦ୍ରୀୟ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ ନ୍ୟୁସ୍ପେସ ଇଣ୍ଡିଆ ଲିମିଟେଡ ଏଥିପାଇଁ ଭାରତୀ ବେକସ ୱାନ ୱେବ ଓ ଲୋ ଆର୍ଥ ଓରବିଟ ସାଟେଲାଇଟ କମ୍ପାନୀ ସହିତ ଚୁକ୍ତି କରିଥିଲା। ସୋମନାଥ କହିଲେ ଯେ, ଏହା ଥିଲା ଆମର ଐତିହାସିକ ଲକ୍ଷ୍ୟ ଯାହାକି ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ସମ୍ଭବ ହୋଇପାରିଛି। ଏଲଭିଏମ – ୩ ରକେଟକୁ ବ୍ୟବସାୟିକ କ୍ଷେତ୍ରରେ ବିନିଯୋଗ କରାଯିବା ଲକ୍ଷ୍ୟ ରହିଛି। ଅନ୍ୟପକ୍ଷରେ ମହାକାଶକୁ ଛଡାଯିବା ପାଇଁ ଚନ୍ଦ୍ରଯାନ – ୩ ପ୍ରସ୍ତୁତ ହୋଇ ସାରିଛି। ଏହାର ପରୀକ୍ଷା ନିରୀକ୍ଷା ସରିଛି। ଆସନ୍ତା ବର୍ଷ ଫେବୃୟାରୀ କିମ୍ବା ଜୁନରେ ଏହାକୁ ଉତକ୍ଷେପଣ କରାଯିବ ବୋଲି ଏସ.ସୋମନାଥ କହିଛନ୍ତି।

ସମ୍ବନ୍ଧିତ ଖବର