ଜୁଲାଇ ୨୨ରେ ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ କରିବ ଇସ୍ରୋ

ନୂଆଦିଲ୍ଲୀ: ଜୁଲାଇ ୨୨ ତାରିଖ ଦିନ ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ କରାଯିବ ବୋଲି ଗୁରୁବାର ଦିନ ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍‌ ଘୋଷଣା କରିଛି। ଜୁଲାଇ ୧୫ ତାରିଖରେ ଉତ୍‌କ୍ଷେପଣର ୫୬ ମିନିଟ୍‌ ପୂର୍ବରୁ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବା କାରଣରୁ ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ସ୍ଥଗିତ ରଖାଯାଇଥିଲା।

Image Source: India Today

ଇସ୍ରୋ ଟୁଇଟ୍‌ କରିଛି: ଜୁଲାଇ ୧୫, ୨୦୧୯ରେ ବୈଷୟିକ ତ୍ରୁଟି ଯୋଗୁଁ ସ୍ଥଗିତ ରଖାଯାଇଥିବା ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ପୁଣି ୨୦୧୯ ଜୁଲାଇ ୨୨ ତାରିଖ ସୋମବାର ଦିନ ୨: ୪୩ ମିନିଟ୍‌ ଉତ୍‌କ୍ଷେପଣ କରାଯିବ।

ଏ ପର୍ଯ୍ୟନ୍ତ ଇସ୍ରୋର ଯେତେ ଅଭିଯାନ କରିଛି ସେଥିରୁ ଚନ୍ଦ୍ରାୟନ-୨ ସବୁଠୁ ବ୍ୟୟବହୁଳ। ଯଦି ଚନ୍ଦ୍ରାୟନ-୨ ସଫଳ ହୁଏ ଚନ୍ଦ୍ରପୃଷ୍ଠକୁ ନମନୀୟ ଲ୍ୟାଣ୍ଡ୍‌ରୋଭର୍‌ ଛାଡ଼ିବାରେ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌ ଏବଂ ଚୀନ୍‌ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର। ଜିଏସ୍‌ଏଲ୍‌ଭି ଏମ୍‌କେ-୩ ଯୋଗେ ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ କରାଯିବ।

ସମ୍ବନ୍ଧିତ ଖବର