ବାଙ୍ଗାଲୋର : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଉ ଏକ ସଫଳତା ହାସଲ କରିବାକୁ ଯାଉଛି । ଆସନ୍ତା ୨୯ ତାରିଖରେ ଇସ୍ରୋର ମହାକାଶ ଯାନ ପିଏସଏଲଭି-ସି୪୩ରୁ କଲମ୍ବିଆ ଓ ଆଉ କେତେକ ଦେଶର କୁତ୍ରିମ ଉପଗ୍ରହ ମହାକାଶକୁ ପ୍ରେରଣ କରାଯିବ । ଏହା ସର୍ବମୋଟ ୩୦ଟି ସାଟେଲାଇଟ ମହାକାଶକୁ ବହନ କରିନେବ ।
ଏହା ମଧ୍ୟରୁ ଭାରତର ଭୂ ପର୍ଯ୍ୟବେକ୍ଷଣ ଉପଗ୍ରହଣ ହିସଇଜ୍ ଅନ୍ୟତମ । ଏହି ଉପଗ୍ରହ ଇନଫ୍ରାରେଡ ମାଧ୍ୟମରେ ପୃଥିବୀ ଉପରେ ନଜର ରଖିବ । ଏହାଛଡା ଆମେରିକାର ୨୩ଟି ଉପଗ୍ରହ ମଧ୍ୟ ଏହି ତାଲିକାରେ ରହିଛି । କଲମ୍ବିଆ ପ୍ରଥମ ଥର ପାଇଁ ନିଜ ଉପଗ୍ରହଣ ପ୍ରେରଣ ପାଇଁ ଇସ୍ରୋକୁ ଚୟନ କରିଛି । ଆସନ୍ତା ୨୯ ତାରିଖରେ ଶ୍ରୀହରିକୋଟାର ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୪୩କୁ ପ୍ରେରଣ କରାଯିବ । ଏହା ହେବ ପିଏସଏଲଭି-ସି୪୩ର ୪୫ତମ ଉତକ୍ଷେପଣ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/isro_pslv_launch_2.jpg)