ଏପ୍ରିଲ ପହିଲାରେ ଇସ୍ରୋ ଛାଡିବ ଭାରତର ଅତ୍ୟାଧୁନିକ ସାମରିକ ଉପଗ୍ରହ ଏମିସ୍ୟାଟ୍‌

ବାଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପୁଣି ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ତାହା ହେଉଛି ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ପାଇଁ ଏକ ଇଲେକ୍ଟ୍ରୋନିକ ସର୍ଭିଲାନ୍ସ ସାଟେଲାଇଟ ( ଏମିସାଟ) ଲଞ୍ଚ୍‌ କରିବାକୁ ଯାଉଛି । ଆସନ୍ତା ଏପ୍ରିଲ ପହିଲା ସକାଳ ୯.୩୦ରେ ଏହି ସାଟେଲାଇଟକୁ ପିଏସଏଲଭି ରକେଟ ମାଧ୍ୟମରେ ଶ୍ରୀହରିକୋଟାଠାରେ ଥିବା ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ଲଞ୍ଚ୍‌ କରାଯିବ ।

କେବଳ ଏହି ସାଟେଲାଇଟ ନୁହେଁ, ବିଭିନ୍ନ ଦେଶର ପ୍ରାୟ ୨୮ ଟି ସାଟେଲାଇଟ ମଧ୍ୟ ଲଞ୍ଚ୍‌ କରାଯିବ । ଏସବୁ ଦେଶମାନଙ୍କ ମଧ୍ୟରେ ଅଛନ୍ତି ଲିଥୁଆନିଆ, ଆମେରିକା,ସ୍ପେନ, ସ୍ୱିଜରଲ୍ୟାଣ୍ଡ ପରି ଦେଶ ରହିଛନ୍ତି । ଏଥର ପିଏସଏଲଭି ଏକ ନୂଆ ପ୍ରକାରର ଟେକନଲୋଜୀ ପ୍ରଦର୍ଶନ କରିବ- ଏହି ରକେଟ ଉପଗ୍ରହଗୁଡ଼ିକୁ ୩ଟି ଭିନ୍ନ ଭିନ୍ନ କକ୍ଷପଥରେ ସାମିଲ କରିବ । ତେବେ ଡିଆରଡିଓ ପଇଁ ଇସ୍ରୋ ଯେଉଁ ଏମିସ୍ୟାଟ୍‌ ସାଟେଲାଇଟ ଲଞ୍ଚ୍‌ କରିବାକୁ ଯାଉଛି ତାହା ମୁଖ୍ୟତଃ ଏକ ସାମରିକ ଗୁଇନ୍ଦା ଉପଗ୍ରହ ହୋଇଥିଲେ ମଧ୍ୟ, ତାହାର ପ୍ରକୃତ କାର୍ଯ୍ୟ ସଂପର୍କରେ ଗୋପନୀୟତା ଅବଲମ୍ବନ କରାଯାଉଛି ।

ସମ୍ବନ୍ଧିତ ଖବର