ଜୁଲାଇକୁ ଘୁଞ୍ଚିଲା ଭାରତର ଚନ୍ଦ୍ର ଅଭିଯାନ

ନୂଆଦିଲ୍ଲୀ : ଇସ୍ରାଏଲର ଚନ୍ଦ୍ରଯାନ ବେରେସିଟ୍‌ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାରେ ବିଫଳ ହେବାରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସତର୍କ ହୋଇଯାଇଛି । ଭାରତୀୟ ଚନ୍ଦ୍ରଯାନ ଯେପରି ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବାରେ ସଫଳ ହେବ ସେଥିଲାଗି କୌଣସି ରିସ୍କ ନେବାକୁ ଚାହୁଁନାହିଁ । ଏଥିପାଇଁ ଆସନ୍ତା ମେ ମାସରେ ହେବାକୁ ଥିବା ଚନ୍ଦ୍ରଯାନର ଉତକ୍ଷେପଣକୁ ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପ୍ରସ୍ତୁତିକୁ ଆହୁରି ତ୍ରୁଟିଶୂନ୍ୟ କରିବାକୁ ପଦକ୍ଷେପ ନିଆଯାଉଛି ।
ଭାରତର ଚନ୍ଦ୍ରଯାନ ପୂର୍ବରୁ ଗତ ଜାନୁୟାରୀମାସରେ ଆରମ୍ଭ ହେବାର ଥିଲା । କିନ୍ତୁ ପରେ ତାହାକୁ ଏପ୍ରିଲ, ତା ପରେ ମେ ଓ ଏବେ ଜୁଲାଇ ମାସକୁ ଘୁଞ୍ଚାଇଦିଆଯାଇଛି । ତେବେ ନିଜ ଅଭିଯାନରେ ସଫଳ ହେଲେ ଏପରି କରିବାରେ ଭାରତ ବିଶ୍ବର ୪ର୍ଥ ଦେଶ ହେବ । ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଏହି ସଫଳତା ହାସଲ କରିଛନ୍ତି । କିନ୍ତୁ ଇସ୍ରାଏଲର ଅଭିଯାନ ସଫଳ ହୋଇଥିଲେ ସେ ବିଶ୍ବର ୪ର୍ଥ ଦେଶ ହୋଇଥାନ୍ତା ।
ଇସ୍ରାଏଲ ନିଜର ଚନ୍ଦ୍ରଯାନ ବେରେସିଟକୁ ଗତ ଫେବ୍ରୁଆରୀ ମାସରେ ଲଞ୍ଚ କରିଥିଲା । କିନ୍ତୁ ଗତ ୧୨ ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାରେ ବିଫଳ ହୋଇଥିଲା ।

ସମ୍ବନ୍ଧିତ ଖବର