ଚନ୍ଦ୍ରପୃଷ୍ଠରେ ଇଗ୍‌ଲୁ ଭଳି ଘର ତୋଳିବାକୁ ଉଦ୍ୟମ କରୁଛି ଇସ୍ରୋ

ନୂଆଦିଲ୍ଲୀ: ଚନ୍ଦ୍ରରେ ବସବାସ କରିବାକୁ ଘର ତିଆରି ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ପରୀକ୍ଷା ଚଳାଇଥିବା କଥା ବୁଧବାର ଦିନ ସରକାର ଲୋକସଭାରେ କହିଛନ୍ତି।

ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମହାକାଶ ବିଭାଗ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଲେ ଯେ କେତେକ ଶିକ୍ଷାନୁଷ୍ଠାନ ସହ ଇସ୍ରୋ ଚନ୍ଦ୍ରରେ ବସତି ସ୍ଥାପନ ସକାଶ ଆବଶ୍ୟକ ଘର ତୋଳା ଉପରେ ଗବେଷଣା କରୁଛି।

ଭବିଷ୍ୟତରେ ଚନ୍ଦ୍ରାଭିଯାନ ପାଇଁ ଇସ୍ରୋ ଚନ୍ଦ୍ରପୃଷ୍ଠରେ ଇଗ୍‌ଲୁ ଭଳି ଘର ତୋଳିବା ସକାଶ କାମ ଆରମ୍ଭ କରିଛି କି, ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏ କଥା କହିଛନ୍ତି।

ଶୁଖିଲା ଏବଂ ଉଷୁମ ରହିବାକୁ ମେରୁ ଅଞ୍ଚଳରେ ଏସ୍କିମୋମାନେ ବରଫଖଣ୍ଡମାନ ଇଟା ପରି ଉପରକୁ ଉପରକୁ ଖଞ୍ଜି ଇଗ୍‌ଲୁ ତୋଳି ଥାଆନ୍ତି।

ସିଂହ କହିଛନ୍ତି: ବସତିର ଜଟିଳତା ଏବଂ ଆବଶ୍ୟକତା ସମ୍ବନ୍ଧରେ ବିଭିନ୍ନ ବିକଳ୍ପ ଅଧ୍ୟୟନ କରାଯାଉଛି।

ସମ୍ବନ୍ଧିତ ଖବର