ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋମବାର ୨୦୨୨ର ପ୍ରଥମ ମିସନ ଲଞ୍ଚ କରିବାକୁ ଯାଉଛି। ପିଏସ୍ଏଲ୍ଭି-ସି୫୨ ଲଞ୍ଚର ସାହାଯ୍ୟରେ ଏକ ଭୂ-ନିରୀକ୍ଷକ ଉପଗ୍ରହ ପୃଥିବୀର କକ୍ଷପଥରେ ସ୍ଥାପନ କରାଯିବ। ଏହା ସବୁ ପ୍ରକାର ପାଣିପାଗରେ ଉଚ୍ଚମାନର ଚିତ୍ର ଉତ୍ତୋଳନ କରି ପଠାଇବ ଯାହା କୃଷି, ଜଙ୍ଗଲ ଓ ବନୀକରଣ, ବନ୍ୟା ପରିସ୍ଥିତି ଆକଳନ ଆଦି କାର୍ଯ୍ୟରେ ଲାଗିପାରିବ। ଏଥି ସହ ଆଉ ଦୁଇଟି ଛୋଟ ଉପଗ୍ରହ ବି ସୋମବାର ସକାଳେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପିତ ହେବ।
ରକେଟଟି ସତୀଶ ଧାୱନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡ୍ରୁ ଭୋର ୫ଟା ୫୯ରେ ଛଡ଼ାଯିବ। ଏଥିପାଇଁ କାଉଣ୍ଟଡାଉନ (ଅବଗଣନା) ରବିବାର ଭୋର ୪ଟା ୨୯ରୁ ଆରମ୍ଭ ହୋଇଯାଇଛି। ଇଓଏସ୍-୦୪ ହେଉଛି ଏକ ରାଡାର ଇମେଜିଂ ସାଟେଲାଇଟ, ଯାହା ସବୁ ପ୍ରକାର ପାଣିପାଗରେ ଉଚ୍ଚମାନର ଫଟୋ ଉଠାଇ ପଠାଇପାରିବ। ଭୂମିର ଆର୍ଦ୍ରତା, ଜଳର ଅବସ୍ଥିତି, ଜଳବିଜ୍ଞାନ, ଜଙ୍ଗଲ ଓ ବନୀକରଣ, କୃଷି, ବନ୍ୟା ଆକଳନ ଆଦି କ୍ଷେତ୍ରରେ ଏହି ଫଟୋଗୁଡ଼ିକ ବେଶ୍ ଉପଯୋଗୀ ହୋଇପାରିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/isro.jpg)