ନୂଆବର୍ଷ ସଂକଳ୍ପ ଏବେଠାରୁ ନେଇ ସାରିଲାଣି ଇସ୍ରୋ: ଅତି କମ୍‌ରେ ମାସକୁ କରିବ ଗୋଟାଏ ରକେଟ ଲଞ୍ଚ

ନୂଆଦିଲ୍ଳୀ: ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍‌(ଇସ୍ରୋ) ଯୋଜନା କରିଛି ଯେ ୨୦୧୮ ମସିହାରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟଠାରୁ ମାସକୁ ଅତି କମ୍‌ରେ ଗୋଟାଏ ଲେଖାଏ ରକେଟ ଲଞ୍ଚ କରିବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଅଧ୍ୟକ୍ଷ ଏଏସ୍‌ କିରଣ କୁମାର ସୂଚନା ଦେଇ କହିଛନ୍ତି ଯେ ଏଥିପାଇଁ ଦେଶର ବଜେଟ୍‌ ବୃଦ୍ଧି କରାଯିବ।

ଆର୍ଥିକ ବର୍ଷ ୨୦୧୮-୧୯ ଏବଂ ୨୦୧୯-୨୦ ପାଇଁ ଏହି ରକେଟ ହେତୁ ବଜେଟ୍‌ ବୃଦ୍ଧି କରାଯିବା ନିତାନ୍ତ ଆବଶ୍ୟକ। ଉଲ୍ଲେଖଯୋଗ୍ୟ, ୨୦୧୭-୧୮ ପାଇଁ ଇସ୍ରୋକୁ ୯,୦୦୦ କୋଟି ଟଙ୍କାର ବଜେଟ ଦିଆଯାଇଥିଲା। ତେବେ, ୨୦୧୮ ମସିହାରେ ପ୍ରଥମ କରି ଚାନ୍ଦ୍ରାୟନ-୨ ମିସନ ଲଞ୍ଚ କରାଯିବ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର