ତିନି ଦିନରେ ରକେଟ୍‌ ତିଆରି କରାଇବ ଇସ୍ରୋ

ନୂଆଦିଲ୍ଲୀ: ମାତ୍ର ତିନି ଦିନ ମଧ୍ୟରେ ପ୍ରସ୍ତୁତ ହୋଇ ପାରିବା ଭଳି ଗୋଟିଏ ଛୋଟିଆ ରକେଟ୍‌ ତିଆରି କରୁଛି ଇସ୍ରୋ। ସାଧାରଣ ସାଇଜ୍‌ର ପିଏସ୍‌ଏଲ୍‌ଭି ରକେଟ୍‌ ତିଆରି କରିବା ପାଇଁ ଲାଗେ ୩୦ରୁ ୪୦ ଦିନ। ସାଧାରଣ ରକେଟ୍‌ ତିଆରି ମୂଲ୍ୟ ଠାରୁ ଛୋଟ ରକେଟ୍‌ର ତିଆରି ମୂଲ୍ୟ ୧୦ ଭାଗରୁ ୧ ଭାଗ। ପୃଥିବୀର ସବୁ ଦେଶରେ ସାଧାରଣ ରକେଟ୍‌ଟିଏ ତିଆରି କରାଇବାକୁ ୧୫୦ କୋଟିରୁ ୫୦୦ କୋଟି ମଧ୍ୟରେ ଟଙ୍କା ଖର୍ଚ୍ଚ ହୋଇଥାଏ।

ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟର୍‌ର ନିର୍ଦେଶକ ଡକ୍ଟର୍‌ କେ ସିବନ କହିନ୍ତି, ୨୦୧୮ ଶେଷ ଆଡକୁ ଛୋଟ ରକେଟ୍‌ ପ୍ରସ୍ତୁତ ହୋଇ ପାରିବ। ଏହା ସମୁଦାୟ ୫୦୦ରୁ ୭୦୦ କିଲୋ ଓଜନର ପ୍ଲେଲୋଡ୍‌ ବୋହି ପାରିବ। ପୃଥିବୀ ପୃଷ୍ଠରୁ ୫୦୦ରୁ ୭୦୦ କିଲୋମିଟର ଉଚ୍ଚ ପୃଥିବୀର କକ୍ଷପଥ ନିକଟରେ ଏହା ସାଟେଲାଇଟ୍‌ ଲଞ୍ଚ୍‌ କରାଇ ପାରିବ।

ସମ୍ବନ୍ଧିତ ଖବର