ଇସରତ୍‌ ଜହାଁ ଏନ୍‌କାଉଣ୍ଟର ମାମଲା: ୩ ପୁଲିସ ଅଧିକାରୀଙ୍କୁ ଆଶ୍ବସ୍ତି, ସିବିଆଇ ସ୍ବତନ୍ତ୍ର ଅଦାଲତରେ ଦୋଷମୁକ୍ତ

ନୂଆଦିଲ୍ଲୀ: ୨୦୦୪ ମସିହାର ତଥାକଥିତ ଇସରତ୍‌ ଜହାଁ ବିବାଦୀୟ ନକଲି ଏନ୍‌କାଉଣ୍ଟର ମାମଲାରେ ଅଭିଯୁକ୍ତ ଥିବା ପୁଲିସ ଅଧିକାରୀ ଜିଏଲ୍‌ ସିଂଘଲ୍‌, ତରୁଣ ବାରୋତ(ଅବସରପ୍ରାପ୍ତ) ଓ ଅନଜୁ ଚୌଧୁରୀଙ୍କୁ ସିବିଆଇର ଏକ ସ୍ବତନ୍ତ୍ର ଅଦାଲତ ଆଜି ମୁକ୍ତ କରିଛନ୍ତି। ସୂଚନାନୁଯାୟୀ, ୨୦୦୪ ଜୁନ୍‌ ୧୫ରେ ଗୁଜରାଟର ଅହମଦାବାଦ ନିକଟରେ ଗୁଜରାଟ ପୁଲିସ ଦ୍ବାରା ଏକ ଏନ୍‌କାଉଣ୍ଟରରେ ମୁମ୍ବାଇ ନିକଟ ମୁମ୍ବ୍ରାର ୧୯ ବର୍ଷୀୟା ଇସରତ୍‌ଙ୍କ ସହିତ ଜାଭେଦ ସେଖ୍‌ ଓରଫ ପ୍ରଣେଶ ପିଲାଇ, ଆମଜଦାଲି ଆକବରାଲି ରାଣା ଓ ଜିସନ୍‌ ଜୋହରଙ୍କର ମୃତ୍ୟୁ ହୋଇଥିଲା। ମୃତକମାନେ ସମସ୍ତେ ଆତଙ୍କବାଦୀ ଥିଲେ ଏବଂ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ବୋଲି ଗୁଜରାଟ ପୁଲିସ ଦାବି କରିଥିଲା।

ସଂପୃକ୍ତ ପୁଲିସ ଅଧିକାରୀମାନେ ନିଜ କର୍ତ୍ତବ୍ୟ ନିର୍ବାହ କରିଥିଲେ ବୋଲି କେନ୍ଦ୍ର ସରକାର ଓ ଗୁଜରାଟ ସରକାର ଅନୁଭବ କରି ସେମାନଙ୍କ ବିରୋଧରେ ଦଣ୍ଡ ବିଧାନ ପାଇଁ ଅନୁମତି ଦେଇନଥିଲେ ବୋଲି ଅଦାଲତ ମଧ୍ୟ ହୃଦୟଙ୍ଗମ କରିଥିବା କହିଛନ୍ତି। ଅପରପକ୍ଷେ, ମୃତକମାନେ ଆତଙ୍କବାଦୀ ନୁହେଁ ବୋଲି କୌଣସି ଠୋସ ପ୍ରମାଣ ନାହିଁ କି ତଦନ୍ତକାରୀ ସଂସ୍ଥା ଆଇବି ଦ୍ବାରା ପ୍ରଦତ୍ତ ତଥ୍ୟ ବାସ୍ତବ ନୁହେଁ ବୋଲି ଅଦାଲତ ଅନୁଭବ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର