ଶାହିନଙ୍କ ଶବ ପଡ଼ିଆରୁ ଆସିଥିଲେ ଭଲ ହୋଇଥାନ୍ତା; ପାକିସ୍ତାନ ହାରିବା ପରେ ଏଭଳି କହିଲେ ଟ୍ବିଟର ବ୍ୟବହାରକାରୀ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲରେ ପାକିସ୍ତାନର ପରାଜୟ ପରେ ଏବେ ପାକିସ୍ତାନୀ ଖେଳାଳିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ପାକିସ୍ତାନ ବିଶ୍ବକପ ଜିତିବ ବୋଲି ଆଶା କରିଥିବା ପାକିସ୍ତାନବାସୀଙ୍କ ଆଶା ମଉଳି ଯାଇଛି। ପରାଜୟ ପରେ ଖେଳାଳିଙ୍କୁ ସୋସିଆଲ ମିଡିଆରେ କିଛି ଲୋକ ଗାଳି କରୁଥିବା ବେଳେ ଜଣେ ଟ୍ବିଟର ବ୍ୟବହାରକାରୀ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ବିରକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ଦ୍ରୁତ ବୋଲର ୱସିମ ଅକ୍ରମ। ପାକିସ୍ତାନ ହାରିବା ପରେ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଲେଖିଥିଲେ, ଶାହିନଙ୍କ ଶବ ପଡ଼ିଆରୁ ଆସିଥିଲେ ଭଲ ହୋଇଥାନ୍ତା।

ପାକିସ୍ତାନର ଏକ ସ୍ପୋର୍ଟସ୍ ଚ୍ୟାନେଲରେ ଲାଇଭ୍ ଆଲୋଚନା ବେଳେ ଅକ୍ରମ ଏହି ଟୁଇଟ୍ ବିଷୟରେ ଉଲ୍ଲେଖ କରି ଟ୍ୱିଟର ବ୍ୟବହାରକାରୀଙ୍କ ନାଁ ନେଇ କହିଥିଲେ ଯେ, ମୁଁ ରାଗ‌ରେ ଜଳୁଛି। ନିଜ ଦେଶର ଖେଳାଳିଙ୍କୁ ଏଭଳି କେମିତି କହିପାରୁଛ। ତୁମେ ମୋ ସାମ୍ନାରେ ଥିଲେ ଭଲ ହୋଇଥାନ୍ତା।

ପାକିସ୍ତାନ ହାରିବା ପ‌ରେ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦିଙ୍କୁ ଟ‌ାର୍ଗେଟ କରି ଜଣେ ଟ୍ବିଟର ବ୍ୟବହାରକାରୀ ଲେଖିଥିଲେ ଯେ, ‘ଜଣେ ନୱାଜ ସରିଫ ପଳାତକ ଥିଲେ, ଆଉ ଏବେ ଶାହିନ୍ ଶାହା। ଶାହିନ୍ ଆପଣଙ୍କୁ ଆଉ ପାଞ୍ଚଟି ବଲ୍ ଫିଙ୍ଗିବାର ଥିଲା, କିନ୍ତୁ ଆପଣ ପଡ଼ିଆ ଛାଡ଼ି ଚାଲି ଆସିଲେ।  ଏହାଠାରୁ ଭଲ ହୋଇଥାନ୍ତା ଯଦି ଆପଣଙ୍କ ଶବ ପଡ଼ିଆରୁ ଆସିଥାନ୍ତା। ପଡ଼ିଆରେ ମରିଥିଲେ ସହିଦ ହୋଇଥାନ୍ତେ, ପଳାତକ ନୁହେଁ।

ବ୍ୟବହାରକାରୀଙ୍କ ଏଭଳି ଟ୍ବିଟକୁ ଦେଖି ଲାଇଭ ସୋ’ରେ ରାଗି ଯାଇଥିଲେ ୱସିମ।

ସମ୍ବନ୍ଧିତ ଖବର