ପୁଣି ଥରେ ସଂସଦରେ ଉଠିଲା ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସଙ୍ଗ

ନୂଆଦିଲ୍ଲୀ : ପୁଣିଥରେ ସଂସଦରେ ଉଠିଲା ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସଙ୍ଗ। ବିଜେଡି ସାଂସଦ ମୁଜିବୁଲ୍ଲା ଖାନ ରାଜ୍ୟସଭା‌ରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ପରିଷଦ ଗଠନ ପାଇଁ ଓଡ଼ିଶା ବିଧାନସଭା ଦ୍ବାରା ପାରିତ ସଂକଳ୍ପକୁ ଲାଗୁ କରିବା ପାଇଁ ସେ ଦାବି କରିଛନ୍ତି।

ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ଖାନ କହିଛନ୍ତି, ପରିଷଦ ଗଠନ ନେଇ କୌଣସି କାଗଜପତ୍ର ମିଳିନଥିବା ରାଜ୍ୟସଭା ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଦର୍ଶାଇଥିଲେ। ଏହା ସୂଚିତ କରୁଛି ଯେ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ବି ହଜାଇ ଦେଉଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରକୁ ନେଇ ଓଡ଼ିଶାରେ ବାଦବିବାଦ ହୋଇଥିଲା। ଓଡ଼ିଶା ବିଧାନସଭା ବାଚସ୍ପତି ସଂକଳ୍ପର ନକଲ ପୁଣିଥରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥିବା ଆଲୋଚନା କାଳରେ ସେ ସୂଚନା ଦେଇଥିଲେ। ଶ୍ରୀ ଖାନଙ୍କ ବିଧାନ ପରିଷଦ ଗଠନ ଦାବିକୁ ଟିଏମ୍‌ସି, ଆର୍‌ଜେଡି ଓ ଏନ୍‌ସିପିର ସାଂସଦମାନେ ସମର୍ଥନ କରିଛନ୍ତି।

ସମ୍ବନ୍ଧିତ ଖବର