କରୋନା ସମୟରେ ସ୍କୁଲ ଖୋଲିବା ପ୍ରସଙ୍ଗ : କେନ୍ଦ୍ର କରିବ ଗାଇଡଲାଇନ୍ସ, ନିଷ୍ପତ୍ତି ନେବେ ରାଜ୍ୟ

ନୂଆଦିଲ୍ଲୀ : କରୋନା ପ୍ରକୋପ ଯୋଗୁଁ ସାରାଦେଶରେ ସ୍କୁଲଗୁଡ଼ିକ ବନ୍ଦ ରହିଛି। ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ସ୍କୁଲଗୁଡ଼ିକ କେବେ ଖୋଲାଯିବ , ସେ ନେଇ ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ବିଚାରବିମର୍ଶ ଜାରି ରଖିଛି। ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଥିବା ଯୋଗୁଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପ୍ରାଥମିକତା ବର୍ତ୍ତମାନ ରହିଛି କିଭଳି ଭାବେ ୨୦୨୦-୨୧ ଶିକ୍ଷାବର୍ଷ ଅନ୍ତର୍ଗତ ଓ ଦ୍ବାଦଶ ଛାତ୍ରଛାତ୍ରୀମାନଙ୍କର ପାଠ୍ୟକ୍ରମକୁ ଆରମ୍ଭ କରାଯାଇ ବୋର୍ଡ ପରୀକ୍ଷାକୁ ସୁନିଶ୍ଚିତ କରାଯାଇପାରେ। ଏଥିପାଇଁ ସ୍କୁଲଗୁଡ଼ିକୁ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଖୋଲିବାର ପ୍ରସ୍ତୁତି କରାଯାଉଛି।

ସୂଚନାଯୋଗ୍ୟ, ଶିକ୍ଷାବର୍ଷ ଜାରି ରଖିବା ତଥା ଶିକ୍ଷା ଅନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କ ଜରିଆରେ ଅଭିଭାବକମାନଙ୍କ ଠାରୁ ମତାମତ ଲୋଡିଥିଲେ। ସୂତ୍ର ଅନୁସାରେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସ୍କୁଲ ଖୋଲିବା ପାଇଁ ଅଲଗା ଅଲଗା ମତ ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସୂତ୍ର ଅନୁସାରେ ସେଫ୍ଟି ଗାଇଡଲାଇନ୍ସ ଅନ୍ତର୍ଗତ ସ୍କୁଲଗୁଡ଼ିକୁ ଖୋଲାଯାଇପାରିବ। ଏନେଇ ସ୍କୁଲମାନଙ୍କର ଉତ୍ତରଦାୟିତ୍ବ ଧାର୍ଯ୍ୟ କରାଯିବ। ଯାହାଦ୍ବାରା ଗାଇଡଲାଇନ୍ସ ଗୁଡ଼ିକର ଉଲ୍ଲଘଂନ ଯେଭଳି ନହୁଏ। ସ୍କୁଲ ଖୋଲାଯିବାକୁ ନେଇ କେନ୍ଦ୍ର ସରକାର ଗାଇଡଲାଇନ୍ସ ପ୍ରସ୍ତୁତ କରିବେ। କେନ୍ଦ୍ର ଗୃହ ମନ୍ତ୍ରାଳୟ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଓ କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ମିଳିତ ଭାବେ ଗାଇଡଲାଇନ୍ସ ପ୍ରସ୍ତୁତ କରିବେ। ଅପରପକ୍ଷେ ସ୍କୁଲ ଖୋଲିବାର ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟମାନଙ୍କ ଉପରେ ଛାଡ଼ିଦିଆଯିବ।

ଉଲ୍ଲେଖଯୋଗ୍ୟ ସ୍କୁଲମାନଙ୍କ ପାଇଁ ଏନସିଇଆରଟି ଦ୍ବାରା ପ୍ରସ୍ତୁତ କରାଯାଇଥିବା ଗାଇଡଲାଇନ୍ସରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ସୁପାରିଶ କରାଯାଇଛି।

ସମ୍ବନ୍ଧିତ ଖବର