ପୁରୀରେ ବିମାନ ବନ୍ଦର ସ୍ଥାପନ ପ୍ରସଙ୍ଗ: ନିର୍ଦ୍ଧାରିତ ପ୍ରୋଫର୍ମାରେ ପ୍ରସ୍ତାବ ଆସିନାହିଁ

ନୂଆଦିଲ୍ଲୀ : ପୁରୀରେ ‘ଗ୍ରିନଫିଲ୍‌ଡ’ ବିମାନ ବନ୍ଦର ସ୍ଥାପନ ପାଇଁ ଏ ପର୍ଯ୍ୟନ୍ତ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିର୍ଦ୍ଧାରିତ ପ୍ରୋଫର୍ମାରେ ପ୍ରସ୍ତାବ ପାଇ ନାହିଁ। ସୋମବାର ଦିନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂହ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ସାଂସଦ ଶ୍ରୀ ନନ୍ଦଙ୍କ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସିଂହଙ୍କ ସୂଚନା ହେଲା, ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ଭାରତୀୟ ବିମାନ ପ୍ରାଧିକରଣ (ଏଏଆଇ)ର ‘ମଲ୍‌ଟି ଡିସିପ୍ଲିନାରି’ ଟିମ୍‌ ଜମିର ‘ପ୍ରି ଫିଜିବିଲିଟି’ ଅଧ୍ୟୟନ ପାଇଁ ୨୦୨୧ରେ ପୁରୀ ଗସ୍ତ କରିଥିଲେ। ୨୦୨୧ ଅଗଷ୍ଟ ୫ରେ ଟିମ୍‌ ତାଙ୍କ ରିପୋର୍ଟ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଛନ୍ତି। ରିପୋର୍ଟ ଅନୁସାରେ ଗ୍ରିନ୍‌ଫିଲଡ୍ ବିମାନ ବନ୍ଦର ସ୍ଥାପନ ପାଇଁ ଚିହ୍ନିତ ସ୍ଥାନରେ ସବୁ ଠିକ୍‌ଠାକ ରହିଛି। ତେବେ ଏ ପର୍ଯ୍ୟନ୍ତ ମନ୍ତ୍ରାଳୟ ଏଥି ପାଇଁ ନିର୍ଦ୍ଧାରିତ ପ୍ରୋଫର୍ମାରେ ପ୍ରସ୍ତାବ ପାଇନାହିଁ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର