ଗୌହାଟୀ: ସେନାରେ ଦୀର୍ଘ ୩୦ ବର୍ଷ କାର୍ଯ୍ୟ କରି ଅବସର ନେଇଥିବା ଜଣେ ୪୯ ବର୍ଷୀୟ ଅଧିକାରୀଙ୍କୁ ଆସାମ ପୁଲିସ ବାଂଲାଦେଶୀ ନାଗରିକର ଆଖ୍ୟା ଦେଇ ତାଙ୍କ ନାମରେ ମାମଲା ରୁଜୁ କରିଛି। ଅବସରପ୍ରାପ୍ତ ଅଧିକାରୀ ଜଣକ ହେଲେ ମହମ୍ମଦ ଅଜମଲ୍ ହକ୍। ଭାରତୀୟ ସେନା ପକ୍ଷରୁ ତାଙ୍କୁ ଅତୀତରେ ଅନେକ ଥର ପୁରସ୍କୃତ ମଧ୍ୟ କରାଯାଇଛି। ଯୁଗ୍ମ କମିସନ୍ ଅଫିସର ର୍ୟାଙ୍କର ଏହି ଅଧିକାରୀଙ୍କୁ ଆସାମ ପୁଲିସ ଜଣେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି କହିଛି। ଏପରିକି ଆସାମ ପୁଲିସ ତାଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ମାଗି ହିନସ୍ତା କରିଛି।
ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ବାଂଲାଦେଶୀ ନାଗରିକ ଆଖ୍ୟା
/sambad/media/post_attachments/wp-content/uploads/2017/10/Indian-Army-Open-Bharti-300x225.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)