ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସ୍ଥାନରେ ମୁସଲମାନଙ୍କ ଉପରେ ହେଉଥିବା ନିର୍ଯାତନା ପ୍ରସଙ୍ଗରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ୧୦୧ରୁ ଅଧିକ ପୂର୍ବତନ ଅମଲା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଦିଲ୍ଲୀରେ ହୋଇଥିବା ତବ୍ଲିଗି ଜମାତ କାର୍ଯ୍ୟକ୍ରମରେ ଜମାତୀମାନେ ସାମାଜିକ ଦୂରତା ଅବଲମ୍ବନ ନକରିବା ଏବଂ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶାବଳୀ ଅମାନ୍ୟ କରିବାକୁ ସେମାନେ ଭୁଲ୍ ତଥା ନିନ୍ଦନୀୟ ବୋଲି କହିଛନ୍ତି, କିନ୍ତୁ ମୁସଲମାନମାନଙ୍କ ପ୍ରତି ଶତ୍ରୁତା ସୃଷ୍ଟି କରିବାରେ କିଛି ଗଣମାଧ୍ୟମର ସମ୍ପୂର୍ଣ୍ଣ ଦାୟିତ୍ବହୀନ ତଥା ନିନ୍ଦନୀୟ କାର୍ଯ୍ୟ ବିଷୟରେ ସେମାନେ ଉଲ୍ଲେଖ କରିଛନ୍ତି। ସମଗ୍ର ଦେଶ ଏବେ ଏକ ଅପ୍ରତ୍ୟାଶିତ ସଙ୍କଟ ଦେଇ ଗତି କରୁଛି, “ଆମେ ଏକଜୁଟ ହୋଇ ପରସ୍ପରକୁ ସାହାଯ୍ୟ କରି ଏହି ମହାମାରୀ ଦ୍ବାରା ସୃଷ୍ଟ ଚ୍ୟାଲେଂଜଗୁଡ଼ିକୁ ସହ୍ୟ କରିପାରିବା ବୋଲି ଅମଲାମାନେ କହିଛନ୍ତି । ମହାମାରୀ ସମୟରେ ଧର୍ମନିରପେକ୍ଷ ଆଭିମୁଖ୍ୟ ବଜାୟ ରଖିଥିବା ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନେ ପ୍ରଶଂସା କରିଛନ୍ତି। ଏହି ପୂର୍ବ ଅମଲାମାନେ କହିଛନ୍ତି ଯେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଆଦର୍ଶ ଗ୍ରହଣ ନକରି ଭାରତୀୟ ସମ୍ବିଧାନ ଉପରେ ପ୍ରଭାବ ପକାଉଥିବା ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯାଉ। ଏହା ଖୁବ୍ ଦୁଃଖଦାୟକ ଯେ, ଦେଶର ବିଭିନ୍ନ ଅଂଶରେ ମୁସଲିମ୍ଙ୍କ ପ୍ରତି ନିର୍ଯାନତା ଖବର ମିଳୁଛି। ନିର୍ଦ୍ଦିଷ୍ଟ ଭାବେ ଦିଲ୍ଲୀରେ ତବ୍ଲିଗି ଜମାତ କାର୍ଯ୍ୟକ୍ରମ ପରଠାରୁ ମୁସଲିମ୍ଙ୍କ ପ୍ରତି ନିର୍ଯାତନା ବଢ଼ିଛି। ଏହି କାର୍ଯ୍ୟକ୍ରମରେ ସାମଜିକ ଦୂରତା ଅବଲମ୍ବନ କରାଯାଇନଥିବାରୁ ଏହାକୁ କଡ଼ା ସମାଲୋଚନା କରାଯାଇଛି। ଦିଲ୍ଲୀ ସରକାରଙ୍କ ପରାମର୍ଶକୁ ଅଣଦେଖା କରି ଜମାତ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଭୁଲ୍ ଏବଂ ନିନ୍ଦନୀୟ। କିନ୍ତୁ ଏହି ପ୍ରସଙ୍ଗକୁ ସାମ୍ପ୍ରଦାୟିକ ରୂପ ଦେବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଦାୟିତ୍ବହୀନ ଏବଂ ନିନ୍ଦନୀୟ। ଏହାଦ୍ବାରା ଦେଶର କେତେକ ସ୍ଥାନରେ ମୁସଲମାନ ସମ୍ପ୍ରଦାୟ ପ୍ରତି ଶତ୍ରୁତା ବୃଦ୍ଧି ପାଇଛି ବୋଲି ସେମାନେ ଦର୍ଶାଇଛନ୍ତି।
ମୁସଲମାନ୍ଙ୍କୁ ନିର୍ଯାତନା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ୧୦୧ ପୂର୍ବତନ ଅମଲା
/sambad/media/post_attachments/wp-content/uploads/2020/04/nearly-30-coronavirus-cases-across-india-linked-to-nizamuddin-markaz-health-ministry.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)