କୁମ୍ଭ ମେଳା : ଆସନ୍ତା କାଲି ବ୍ରାହ୍ମ ମୂହୂର୍ତ୍ତରେ ଆରମ୍ଭ ହେବ ଶାହୀ ସ୍ନାନ

ପ୍ରୟାଗରାଜ : ଆରମ୍ଭ ହୋଇଯାଇଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ମହୋତ୍ସବ କୁମ୍ଭ ମେଳା । ଆସନ୍ତା କାଲି ଅର୍ଥାତ ୧୫ ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ଶାହୀ ସ୍ନାନ । ମଙ୍ଗଳବାରଦିନ ପ୍ରାତଃ ୨ଟା ୧୨ ମନିଟରୁ ହିଁ ଶାହୀ ସ୍ନାନ ଆରମ୍ଭ ହୋଇଯିବ । ପ୍ରଥମେ ବିଭିନ୍ନ ଆଖଡ଼ାର ନାଗା ସାଧୁ ମାନେ ନିଜ ନିଜର ଅସ୍ତ୍ରଶସ୍ତ୍ର ସହ ଏହି ପବିତ୍ର ବୁଡ଼ ପକାଇବା ପରେ ସାଧାରଣ ଶ୍ରଦ୍ଧାଳୁମାନେ ସ୍ନାନ କରିବେ ।

ଏଥର କୁମ୍ଭରେ ପ୍ରାୟ ୧୩ ରୁ ୧୫ କୋଟି ଶ୍ରଦ୍ଧାଳୁ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି, ସେଥିମଧ୍ୟରୁ ପ୍ରାୟ ୧୦ ଲକ୍ଷ ବିଦେଶୀ ସାଧୁ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଯୋଗ ଦେବାର ସମ୍ଭାବନା ରହିଛି । ୧୫ ତାରିଖ ବ୍ୟତୀତଏବର୍ଷ ୨୧ ଜାନୁୟାରୀ, ୪,୧୦ ଓ ୧୯ ଫେବ୍ରୁଆରୀ ଓ ୪ ମାର୍ଚ୍ଚରେ ପବିତ୍ର ବୁଡ ପଡିବ ।

ଭାରତର ୪ଟି ସ୍ଥାନରେ କୁମ୍ଭ ମେଳା ଅନୁଷ୍ଠିତ ହୁଏ । ସେଗୁଡ଼ିକ ହେଉଛି ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟିନୀ ଓ ନାସିକ । ଏଗୁଡ଼ିକ ଯଥାକ୍ରମେ ଗଙ୍ଗା, ଗୋଦାବରୀ ଓ କ୍ଷୀପ୍ରା ନଦୀ କୂଳରେ ଅନୁଷ୍ଠିତ ହୁଏ । ପ୍ରତି ସ୍ଥାନରେ ୧୨ ବର୍ଷ ବ୍ୟବଧାନରେ କୁମ୍ଭମେଳା ହୁଏ ଓ ୬ ବର୍ଷ ବ୍ୟବଧାନରେ ଅର୍ଦ୍ଧକୁମ୍ଭ ହୁଏ । ପ୍ରୟାଗରାଜରେ ୨୦୧୩ରେ କୁମ୍ଭ ମେଳା ହୋଇଥିଲା, ଏଥର ଅର୍ଦ୍ଧକୁମ୍ଭ ହେଉଛି, ୨୦୨୫ରେ କୁମ୍ଭ ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର