ଖମ୍ଭାଲିଆରୁ ନିର୍ବାଚନ ଲଢ଼ିବେ ଇସୁଦାନ ଗଢ଼ଭି

ଗାନ୍ଧୀନଗର : ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଥିବା ଇସୁଦାନ ଗଢ଼ଭି ଦ୍ବାରକାର ଖମ୍ଭାଲିଆ ଆସନରୁ ନିର୍ବାଚନ ଲଢ଼ିବେ। ଏହା ତାଙ୍କର ନିଜ ଜିଲ୍ଲା। ଦଳର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଏହି ଘୋଷଣା କରିଛନ୍ତି। ଉକ୍ତ ଆସନରୁ କଂଗ୍ରେସ ପକ୍ଷରୁ ବିଧାୟକ ଥିବା ବିକ୍ରମ ମାଡମ ଏବଂ ବିଜେପି ପକ୍ଷରୁ ମୁଲୁଭାଇ ବେରା ନିର୍ବାଚନ ଲଢ଼ିବେ। ଶ୍ରୀ ବେରା ଭାନଭାଡ଼ର ପୂର୍ବତନ ବିଧାୟକ ଥିଲେ। ୨୦୧୭ ନିର୍ବାଚନରେ ମାଡମ ଖମ୍ଭାଲିଆ ଆସନରୁ ନିର୍ବାଚନ ଲଢ଼ି ବିଜେପିର କାଳୁଭାଇ ନାରଣଭାଇ ଚଭଡ଼ାଙ୍କୁ ପ୍ରାୟ ୧୧ ହଜାର ଭୋଟରେ ପରାଜିତ କରିଥିଲେ।

ସମ୍ବନ୍ଧିତ ଖବର