ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲୀ ପୁରୀଙ୍କ ନାମରେ ଥିବା ୨୫୪କୋଟି ଟଙ୍କାର ବେନାମୀ ସମ୍ପତ୍ତି ଜବତ କଲା ଆୟକର ବିଭାଗ

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲାରେ ଜଡ଼ିତ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀଙ୍କ ନାମରେ ଥିବା ୨୫୪କୋଟି ଟଙ୍କାର ବେନାମୀ ସମ୍ପତ୍ତି ଆୟକର ବିଭାଗ ଜବତ କରିଥିବାର ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଆୟକର ବିଭାଗ ରତୁଲ ପୁରୀଙ୍କ କମ୍ପାନୀ ସମୁହ ସହ ସମ୍ବନ୍ଧିତ ନନ କୁମୁଲେଟିଭ୍ କମ୍ପଲସରି କନଭର୍ଟେବୁଲ ସେୟାର୍ସ (ସିସିପିଏସ୍) ଅର୍ଥାତ୍ ଇକ୍ୱିଟି ସେୟାର୍ସକୁ ଅସ୍ଥାୟୀ ଭାବରେ ଅଟାଚ୍ କରିଛି । ଆପ୍ଟିମା ଇନଫ୍ରା ପ୍ରାଇଭେଟ ଲିମିଟେଡ ଦ୍ୱାରା ସିସିପିଏସ୍ ଏଫଡିଆଇ ନିବେଶ ରୂପରେ ପ୍ରାପ୍ତ କରାଯାଇଥିଲା । ରତୁଲ ପୁରୀ ଏଚଇପିସିଏଲ କମ୍ପାନୀ ଜରିଆରେ ୨୫୪ କୋଟି ଆୟ କରିଥିଲେ ।


ତେବେ ଏହି ମାମଲାରେ ଇଡି ତାଙ୍କୁ ଇଡି କାର୍ଯ୍ୟାଳୟ ଜେରା କରିବାକୁ ନେଇଥିବା ବେଳେ ରତୁଲ ପୁରୀ ଶୌଚ କରିବା ବାହାନା କରି ଇଡି କାର୍ଯ୍ୟାଳୟରୁ ଚମ୍ପଟ ମାରିଥିଲେ । ଅବଶ୍ୟପରେ ସେ ନ୍ୟାୟାଳୟରେ ହାଜର ହୋଇଥିଲେ। ନ୍ୟାୟାଳୟ ରତୁଲ ପୁରୀଙ୍କୁ ଗିରଫ ନ କରିବାଲାଗି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର