ବଜେଟ୍  : ଆୟକର ଛାଡ଼ ସୀମାରେ କୌଣସି  ପରିବର୍ତ୍ତନ ହୋଇନାହିଁ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କ ଦ୍ବାରା ଆଜି ଉପସ୍ଥାପିତ କେନ୍ଦ୍ର ବଜେଟରେ ଆୟକର ଛାଡ଼ ସୀମାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ଫଳରେ ଆୟକର ଛାଡ଼ସୀମା ବୃଦ୍ଧି ପାଇଁ ଆଶା ରଖିଥିବା ମଧ୍ୟବିତ୍ତ ବର୍ଗ ନିରାଶ ହୋଇଛନ୍ତି ।

ଏବେ ଆୟକର ଛାଡ଼ ସୀମା ଅଢେଇ ଲକ୍ଷ ଟଙ୍କା ରହିଛି । ବରିଷ୍ଠ ନାଗରିକଙ୍କ ପାଇଁ ଏହି ଛାଡ଼ ସୀମା ୩ ଲକ୍ଷ ଟଙ୍କା ରହିଛି ।

ତେବେ ବଜେଟ ଅଭିଭାଷଣରେ କରାଯାଇଥିବା ଆଉ ଏକ ଘୋଷଣା ଅନୁସାରେ ଆୟକରଦାତା ମାନେ ନିଜର ଆୟକର ରିଟର୍ଣ୍ଣ ଆସେସମେଣ୍ଟ  ୨ ବର୍ଷ ମଧ୍ୟରେ ସଂଶୋଧିତ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ।

ଅନ୍ୟପକ୍ଷରେ କର୍ପୋରେଟ ସରଚାର୍ଜରେ   ହ୍ରାସ ଘୋଷଣା କରାଯାଇଛି । ଷ୍ଟାର୍ଟଅପ ଗୁଡ଼ିକ ଉପରେ ଲାଗୁ ଟିକସ ରିହାତି ସମୟକୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ଅନ୍ୟପକ୍ଷରେ ଭର୍ଚୁଆଲ ଡିଜିଟାଲ ଆସେଟ ( କ୍ରିପ୍ଟୋ କରେନ୍ସି ଇତ୍ୟାଦି)ରୁ ଆୟ ଓ ଏଗୁଡ଼ିକର ଟ୍ରାନ୍ସଫର ଉପରେ ୩୦ ପ୍ରତିଶତ ଟିକସ ଲାଗିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଆୟ ସଂପର୍କରେ କୌଣସି ରିହାତି ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର