ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଆଜି ମହାକାଶରୁ ତାଙ୍କର ପ୍ରଥମ କଲ୍ରେ ଏହି ଅନୁଭୂତିକୁ ‘ଅବର୍ଣ୍ଣନୀୟ’ ବୋଲି କହିଛନ୍ତି। ମହାକାଶରୁ ନମସ୍କାର କରି ଶୁକ୍ଳା କହିଛନ୍ତି ଯେ ସେ ଶୂନ୍ୟ ମାଧ୍ୟାକର୍ଷଣ ସହ ଅଭ୍ୟସ୍ତ ହେଉଛନ୍ତି। ମୁଁ ଏବେ ବି ଜିରୋ ଗ୍ରାଭିଟିରେ ଅଭ୍ୟସ୍ତ ହେଉଛି - ଯେମିତି ଏକ ଶିଶୁ ନୂଆ କରି ଚାଲି ଶିଖେ। କିନ୍ତୁ ମୁଁ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରୁଛି ବୋଲି ସେ କହିଛନ୍ତି। ଲାଇଭ୍ କଲ୍ରେ ଶୁକ୍ଳା ଆହୁରି କହିଛନ୍ତି ଯେ ଏହି ମିସନ ଭାରତର ମାନବ ମହାକାଶ କାର୍ଯ୍ୟକ୍ରମ ଓ ଆଗାମୀ ଗଗନଯାନ ଅଭିଯାନ ପାଇଁ ଏକ ଦୃଢ଼ ପଦକ୍ଷେପ। ଭାରତୀୟ ତ୍ରିରଙ୍ଗା ଦେଖି ମୋର ମନେ ହେଲା ଯେ ଏହି ଯାତ୍ରାରେ ଆପଣମାନେ ସମସ୍ତେ ମୋ ସହିତ ଅଛନ୍ତି। ମୁଁ ଚାହୁଛି ଆପଣମାନେ ସମସ୍ତେ ଏହି ମିସନର ଏକ ଅଂଶ ପରି ଅନୁଭବ କରନ୍ତୁ। ଆଗାମୀ ୧୪ ଦିନ ମଧ୍ୟରେ ମୁଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଏବଂ ମୋର ଅନୁଭୂତିକୁ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛି, ଯାହାକୁ ମୁଁ ଆପଣମାନଙ୍କ ସହିତ ସେୟାର କରିପାରିବି ବୋଲି ଶୁକ୍ଳା କହିଛନ୍ତି। ମହାକାଶଯାନରୁ ପୃଥିବୀର ଦୃଶ୍ୟକୁ ଶୁକ୍ଳା ‘ସୁନ୍ଦର’ ବୋଲି କହିଛନ୍ତି।
ଆମେରିକାରେ ୪ ଜଣିଆ ବହୁଦେଶୀୟ ମହକାଶଚାରୀଙ୍କ ସହ ଆକ୍ସମ୍ ସ୍ପେସ୍ ଅଭିଯାନର ସଫଳ ଉତ୍କ୍ଷେପଣ ପରେ ୪୧ ବର୍ଷର ବ୍ୟବଧାନ ପରେ ଭାରତ ମାନବ ମହାକାଶଯାତ୍ରାକୁ ଫେରିବା ଅବସରରେ ଶୁକ୍ଳା ବୁଧବାର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ଅଭିମୁଖେ ଯାତ୍ରା କରିଥିଲେ। ଅନେକ ବିଳମ୍ବ ପରେ ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସ ଲଞ୍ଚ୍ ଯାନ ଫାଲକନ୍-୯ ରକେଟ୍ ଉପରେ କ୍ରୁ ଡ୍ରାଗନ୍ ମହାକାଶଯାନ ସହ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ମିସନ ପାଇଲଟ୍ ଶୁକ୍ଳା, ନାସାର ପୂର୍ବତନ ମହାକାଶଚାରୀ କମାଣ୍ଡର ପେଗି ହ୍ୱିଟ୍ସନ୍ ଏବଂ ମିସନ ବିଶେଷଜ୍ଞ ପୋଲାଣ୍ଡର ସ୍ଲାଓଜ୍ ଉଜନାନସ୍କି-ୱିସ୍ନିଉସ୍କିଙ୍କୁ ନେଇ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଗତକାଲି ଅପରାହ୍ଣ ୧୨ଟା ୧ ମିନିଟ୍ରେ ଉଡ଼ାଣ ଭରିଥିଲେ। ଆକ୍ସ-୪ କ୍ରୁ ଡ୍ରାଗନ୍ ମହାକାଶଯାନକୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଆଜି ଅପରାହ୍ନରେ ସଫଳତାର ସହ ଡକ୍ କରାଇଛନ୍ତି। ଏହି ମହାକାଶଯାନକୁ ସେମାନେ ଗ୍ରେସ୍ ବୋଲି ନାମ ଦେଇଛନ୍ତି। ମହାକାଶଚାରୀମାନେ ୧୪ ଦିନ ମଧ୍ୟରେ ୬୦ରୁ ଅଧିକ ପରୀକ୍ଷଣ କରିବେ। ଭାରତୀୟ ମହାକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଇସ୍ରୋ ଓ ଅନ୍ୟ ଭାରତୀୟ ଅନୁଷ୍ଠାନ ଦ୍ୱାରା ଡିଜାଇନ୍ କରାଯାଇଥିବା ୭ଟି ପରୀକ୍ଷଣ କରିବେ ଭାରତର ଶୁଭାଂଶୁ ଶୁକ୍ଳା।
‘ଶିଶୁ ଚାଲି ଶିଖିବା ଭଳି ଅନୁଭବ ହେଉଛି’
ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଆଜି ମହାକାଶରୁ ତାଙ୍କର ପ୍ରଥମ କଲ୍ରେ ଏହି ଅନୁଭୂତିକୁ ‘ଅବର୍ଣ୍ଣନୀୟ’ ବୋଲି କହିଛନ୍ତି। ମହାକାଶରୁ ନମସ୍କାର କରି ଶୁକ୍ଳା କହିଛନ୍ତି ଯେ ସେ ଶୂନ୍ୟ ମାଧ୍ୟାକର୍ଷଣ ସହ ଅଭ୍ୟସ୍ତ ହେଉଛନ୍ତି। ମୁଁ ଏବେ ବି ଜିରୋ ଗ୍ରାଭିଟିରେ ଅଭ୍ୟସ୍ତ ହେଉଛି...
/sambad/media/media_files/2025/06/27/wddgrhrfg-2025-06-27-04-32-36.jpg)