ଶ୍ରୀଲଙ୍କାରେ ଇଷ୍ଟର୍‌ ଆକ୍ରମଣ ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଆଇଟି ଫାର୍ମ କର୍ମଚାରୀ ଗିରଫ

କଲମ୍ବୋ: ୨୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ନିହତ ହୋଇଥିବା ଇଷ୍ଟର୍‌ ରବିବାର ବୋମା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ସୂଚନା ଓ ବୈଷୟିକ ସେବା କମ୍ପାନି ବିର୍ତୁସା କର୍ପୋରେସନ୍‌ର ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଥିବା କଥା ଶୁକ୍ରବାର ଦିନ ଶ୍ରୀଲଙ୍କାର ପୁଲିସ କହିଛି।

ପୁଲିସ ମୁଖପାତ୍ର ରୁଓ୍ଵାନ୍‌ ଗୁଣଶେକେରା କହିଛନ୍ତି: ଆକ୍ରମଣ ଘଟଣାର ଚାଲିଥିବା ତଦନ୍ତ ପ୍ରକ୍ରିୟା ବେଳେ ଏପ୍ରିଲ୍‌ ୨୭ ତାରିଖ ଦିନ ବିର୍ତୁସା କର୍ମଚାରୀଙ୍କୁ ଗିରଫ କରାଯାଇଛି।
ମାସାଚ୍ୟୁସେଟ୍‌ସ୍‌ରେ ମୁଖ୍ୟାଳୟ ଥିବା ଉକ୍ତ କମ୍ପାନିର ଜଣେ ମୁଖପାତ୍ରୀ ଗିରଫଦାରି କଥାକୁ ସତ ବୋଲି କହିଛନ୍ତି। କିନ୍ତୁ କର୍ମଚାରୀଜଣକ କାହିଁକି ଗିରଫ ହେଲେ ତାହା କହି ନାହାନ୍ତି।

ଏ ସପ୍ତାହରେ ଶ୍ରୀଲଙ୍କା ସରକାରୀ କର୍ତ୍ତୃପକ୍ଷମାନେ ବିର୍ତୁସାର କଲମ୍ବୋ କାର୍ଯ୍ୟାଳୟ ତଲାସ କରିଥିଲେ।

ଦେଶର ସେନା କମାଣ୍ଡର୍‌ ମହେଶ ସେନାନାୟକେ କହନ୍ତି ଆହୁରି ଇସ୍‌ଲାମିକ୍‌ ଆତଙ୍କବାଦୀଙ୍କ ଆକ୍ରମଣ ସଂକ୍ରାନ୍ତରେ ସୂଚନା ମିଳୁଛି। ଇଷ୍ଟର୍‌ ରବିବାର ଆକ୍ରମଣ ପରେ ନିରାପତ୍ତା ସେବା ଅଧିକାଂଶ ନେଟ୍‌ଓ୍ଵାର୍କ ସଂଯୋଗ କାଟି ଦେଇଛି।

ସମ୍ବନ୍ଧିତ ଖବର