କେରଳରୁ ମେଘାଳୟ, ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପିଲାଣି କରୋନା

ନୂଆଦିଲ୍ଲୀ: ଭାରତରେ ପ୍ରଥମ କରୋନା ରୋଗୀ ଚଳିତବର୍ଷ ଜାନୁଆରି ୩୦ ତାରିଖରେ କେରଳର ଥ୍ରିସୁର ଜିଲ୍ଲାରେ ପ୍ରଥମ ‌କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେହି ରୋଗୀ ଜଣକ ଜଣେ ଛାତ୍ର ଥିଲେ ଏବଂ କୋଭିଡ-୧୯ର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନ୍‌ର ଉହାନରେ ସେ ପାଠ ପଢ଼ୁଥିଲେ। ତେବେ ଚୀନରେ ନବବର୍ଷ ଛୁଟି ହୋଇଥିବାରୁ ସେ ଭାରତରେ ତାଙ୍କ ନିଜ ଘରକୁ ଆସିଥିଲେ। ତେବେ ପ୍ରଥମ ରୋଗୀ ଚିହ୍ନଟ ହେବାର ୪ ଦିନ ମଧ୍ୟରେ କେରଳର କସରାଗଡ଼ ଏବଂ ଆଲାପୁଝା ଜିଲ୍ଲାରେ ଆଉ ଦୁଇ ଜଣ ରୋଗୀ ଚିହ୍ନଟ ହୋଇଥିଲେ।

ସେହି ଦୁଇଜଣ ମଧ୍ୟ ଛାତ୍ର ଥିଲେ ଏବଂ ଚୀନରେ ଫେରିଥିଲେ। ଏହାପରେ କେରଳ ସରକାର ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। କେରଳରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ପ୍ରାୟ ମାସେ ପର୍ଯ୍ୟନ୍ତ ନୂଆ ରୋଗୀ ଦେଶରେ ବାହାରି ନଥିଲେ। କିନ୍ତୁ ମାର୍ଚ୍ଚ ୨ ତାରିଖରେ ୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦର ଏବଂ ଅନ୍ୟଜଣେ ଦିଲ୍ଲୀର ଥିଲେ। ଏମାନେ ମଧ୍ୟ କରୋନା ସଂକ୍ରମିତ ଦେଶରୁ ଫେରିଥିଲେ। କିନ୍ତୁ ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ଦେଶରେ ‌କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ମେ ୫ ତାରିଖ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ଟପିଯାଇଛି।

ସମ୍ବନ୍ଧିତ ଖବର