ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ନେଇ କଂଗ୍ରେସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିବାପରେ ସିଆରପିଏଫ୍‌ ରାହୁଲଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଥିଲା। ରାହୁଲ ନିଜେ ୧୦୦ରୁ ଅଧିକ ଥର ସୁରକ୍ଷା ନିର୍ଦ୍ଦେଶାବଳି ଉଲ୍ଲଂଘନ କରିଛନ୍ତି ବୋଲି ସିଆରପିଏଫ୍‌ ଅଭିଯୋଗ କରିଛି।

Advertisment

ଏହାର ଜବାବ ଦେଇ ରାହୁଲ ଗାନ୍ଧି କହିଛନ୍ତି, ମୁଁ ବୁଲେଟ୍‌ ପ୍ରୁଫ୍‌ କାର୍‌ରେ ଭାରତ ଯୋଡ଼ୋ ଯାତ୍ରା କରିବାପାଇଁ ସରକାର ଚାହାନ୍ତି। କିନ୍ତୁ ଏହା କିଭଳି ସମ୍ଭବ। ଏହା ଏକ ପଦଯାତ୍ରା। ବୁଲେଟ ପ୍ରୁଫ୍‌ କାର୍‌ରେ ମୁଁ କିଭଳି ଭାରତ ଯୋଡ଼ୋ ଯାତ୍ରା କରିବି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ରାହୁଲ କହିଛନ୍ତି, ଭିନ୍ନ ଦଳ ପାଇଁ ଭିନ୍ନ ପ୍ରୋଟକଲ ରହିଛି। ବିଜେପି ସରକାରରେ ନେତାମାନେ ବୁଲେଟ୍‌ପ୍ରୁଫ୍‌ କାର୍‌ରେ ଯାଇ ମଧ୍ୟ ନିୟମ ଉଲ୍ଲଂଘନ କରୁଛି। କିନ୍ତୁ ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନି। ଯେ‌ତେବେଳେ ସେମାନଙ୍କ ନେତା ପ୍ରୋଟକଲ୍‌ ବିରୋଧରେ ଖୋଲା ଜିପ୍‌ରେ ରୋଡ୍‌ସୋ କରୁଛନ୍ତି ସେତେବେଳେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ।