ନାରୀଙ୍କୁ ସମ୍ମାନ ଦେବା ଆମ ସଂସ୍କୃତି- ‘ମନ୍କୀ ବାତ୍’ର ୪୦ଶ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଏକଥା କହିଛନ୍ତି।
କାର୍ଯକ୍ରମ ପ୍ରାରମ୍ମରେ ସେ କହିଲେ, ଏଥର ହେଉଛି ୨୦୧୮ ମସିହା ‘ମନ୍କୀ ବାତ୍’ର ପ୍ରଥମ ସଂସ୍କରଣ। ଦୁଇ ଦିନ ତଳେ ଆମେ ଉତ୍ସାହ ଉଦ୍ଦୀପନାର ସହ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି। ଏଥର ଇତିହାସରେ ପ୍ରଥମ ଥର ପାଇଁ ୧୦ଟି ଦେଶର ମୁଖ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ।
ସେ କହିଲେ ଯେ ଏନ୍ଏମ୍ ଆପ୍ରେ ପ୍ରକାଶ ତ୍ରିପାଠୀ ନାମକ ଜଣେ ନାଗରିକ ଲେଖିଛନ୍ତି: ଫେବ୍ରୁଆରି ପହିଲା କଳ୍ପନା ଚାଓ୍ଵଲାଙ୍କ ମହାପ୍ରାୟାଣ ଦିବସ। କଲମ୍ବିଆ ସ୍ପେସ୍ ସଟଲ୍ ଦୁର୍ଘଟନାରେ ସେ ଆମକୁ ଛାଡ଼ି ଚାଲିଗଲେ। କିନ୍ତୁ, ବିଶ୍ୱର ନିୟୁତ ନିୟୁତ ତରୁଣଙ୍କର ସେ ପ୍ରେରଣାଦାୟୀ ହୋଇ ପାରିଛନ୍ତି।
ମୋଦି କହିଲେ, କଳ୍ପନା ଚାଓ୍ଵଲା ଆମକୁ ପ୍ରେରଣା ଦେଇଛନ୍ତି। ଆଜିକାଲି ନେତୃତ୍ୱ ନେଇ ନାରୀମାନେ ଅନେକ କ୍ଷେତ୍ରରେ ଅଗ୍ରଗତି କରୁଛନ୍ତି। ଆଜି ଅନେକ କ୍ଷେତ୍ରରେ ଆମ ନାରୀ ଶକ୍ତି ମାଇଲ୍ ସ୍ତମ୍ଭ ସ୍ଥାପନ କରି ଅଭିନବ ଭୂମିକା ଗ୍ରହଣ କରୁଛନ୍ତି। ନାରୀଙ୍କୁ ସମ୍ମାନ ଦେବା ଆମ ସଂସ୍କୃତି। ବିଭିନ୍ନ କ୍ଷେତ୍ରରେ ନିଜକୁ ଭିନ୍ନ ପ୍ରତିପାଦିତ କରି କୃତ୍ୱିତ୍ୱ ହାସଲ କରିଥିବା
ନାରୀମାନଙ୍କୁ ରାଷ୍ଟ୍ରପତି ଭେଟିଛନ୍ତି। ମୁମ୍ବାଇର ମାତୁଙ୍ଗା ରେଳଷ୍ଟେସନ୍ର ସମସ୍ତ-ନାରୀ କର୍ମଚାରୀଙ୍କୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି। ସାଧାରଣତନ୍ତ୍ର ଦିବସ ପରେଡ୍ରେ ମୋଟର୍ସାଇକେଲ୍ ଚଳାଇ ଆଖିଦୃଶିଆ ଡେଆର୍ ଡେଭିଲ୍ ଷ୍ଟଣ୍ଟ୍ସ୍ ପ୍ରଦର୍ଶନ କରିଥିବା ବିଏସ୍ଏଫ୍ର ମହିଳା ଅଧିକାରୀଙ୍କ କଥା ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି ସେ କହିଛନ୍ତି।
/sambad/media/post_attachments/wp-content/uploads/2018/01/man-300x167.jpg)
ସକାରାତ୍ମକ ରୂପାନ୍ତରରେ ଭାରତର ନାରୀଶକ୍ତିର ଅବଦାନ ଆମ ଦେଶ ଓ ସମାଜ ଦେଖିଛି। ସେ ଛତିଶଗଡ଼ ଅନ୍ତର୍ଗତ ଦାନ୍ତେଓ୍ଵାଡ଼ାର ମହିଳାଙ୍କୁ ପ୍ରଶଂସା କରି କହିଛନ୍ତି: ମାଓପ୍ରବଣ ଅଞ୍ଚଳ ହୋଇଥିଲେ ବି ସେଠାରେ ନାରୀମାନେ ଇ-ରିକ୍ସା ଚଳାଉଛନ୍ତି। ଏହା ଉପାର୍ଜନ ସୁଯୋଗ ସୃଷ୍ଟି କରିବା ସହ ସେ ଅଞ୍ଚଳର ଦୃଶ୍ୟପଟ୍ଟ ବଦଳାଉଛି, ପରିବେଶ ଅନୁକୂଳ ମଧ୍ୟ ହୋଇପାରିଛି।
ଯୌତୁକ ଏବଂ ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ମାନବ-ଶୃଙ୍ଖଳ ଗଢ଼ିଥିବା ବିହାର ଅଭିନବ ପଦକ୍ଷେପ ନେଇଛି ବୋଲି ସେ କହିଥିଲେ।
ମୋଦି କହିଲେ, କର୍ଣ୍ଣାଟକ ଅନ୍ତର୍ଗତ ମହୀଶୂରର ଦର୍ଶନ ମାଇଁ ଗଭ୍ ଆପ୍ରେ ଲେଖିଛନ୍ତି ଯେ ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ସେ ମାସକୁ ୬ ହଜାର ଟଙ୍କା ଖର୍ଚ କରୁଥିଲେ। ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କ ଜନ ଔଷଧୀ ଯୋଜନା କଥା ଜାଣି ନ ଥିଲେ। ଏବେ ସେ ଜନ ଔଷଧୀ କେନ୍ଦ୍ର କଥା ଜାଣି ସେଠାରୁ ଔଷଧ କିଣୁ ଥିବାରୁ ତାଙ୍କର ଖର୍ଚ୍ଚ ୭୫% ଭାଗ କମିଯାଇଛି। ଏକଥା ମୁଁ ମନ୍କୀ ବାତ୍ରେ କହିଲେ ବହୁ ଲୋକ ଏକଥା ଶୁଣି ଉପକୃତ ହୋଇ ପାରିବେ।
ସେ ଆହୁରି କହିଲେ, ‘ମିସନ୍ କ୍ଲିନ୍ ମୋର୍ଣ୍ଣା ରିଭର୍’ ଏକ ଆଶ୍ଚର୍ଯ୍ୟ ଉପକ୍ରମ। ଏଥିରେ ଲୋକେ ନଦୀକୁ ସଫା କରିବା ପାଇଁ ଏକତ୍ର ଆଗେଇ ଆସିଛନ୍ତି। ମହାରାଷ୍ଟ୍ରର ମଙ୍ଗେଶଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ମୋର୍ଣ୍ଣା ନଦୀର ସଫେଇରେ ଜଣେ ବୟସ୍କ ଏବଂ ଜଣେ ପିଲା ଅଂଶଗ୍ରହଣ କରିଥିବାର ଫଟୋ ସେ ଏନ୍ଏମ୍ ମୋବାଇଲ୍ ଆପ୍ରେ ସେୟାର୍ କରିଥିଲେ।
ମୋଦି କହିଲେ, ଏବେ ପଦ୍ମ ପୁରସ୍କାରରେ ସ୍ୱଚ୍ଛତା ଆସିଛି। ଏବେ ବିନା କୌଣସି ସୁପାରିଶରେ ସାଧାରଣ ଲୋକଙ୍କ ନାମ ଯେ କେହି ପଦ୍ମ ପୁରସ୍କାର ପାଇଁ ନାମ ପଠାଇ ପାରିବେ।
/sambad/media/post_attachments/wp-content/uploads/2018/01/man1-300x178.jpg)
ପଦ୍ମଶ୍ରୀ ପୁରସ୍କାର ପାଇଥିବା ଅରବିନ୍ଦ ଗୁପ୍ତଙ୍କ ନାମ ଆପଣ ଶୁଣିଥିବେ। ଅଲୋଡ଼ା ଜିନିଷରୁ ପିଲାଙ୍କ ପାଇଁ ଖେଳନା ପ୍ରସ୍ତୁତ କରିବାରେ ସେ ନିଜ ଜୀବନ କଟାଇଛନ୍ତି। ଯେଉଁମାନେ ବଡ଼ ବଡ଼ ସହରରେ ନ ରହି ମଧ୍ୟ ସମାଜ ପାଇଁ ରୂପାନ୍ତର କାର୍ଯ୍ୟ କରନ୍ତି ସେମାନଙ୍କୁ ମଧ୍ୟ ଆମେ ସମ୍ମାନିତ କରୁଛୁ।
କେରଳର କଲ୍ଲାରରେ ଲକ୍ଷ୍ମୀକୁଟ୍ଟୀ ଜଣେ ଶିକ୍ଷକ। ସେ ଘୋର ଜଙ୍ଗଲର ଏକ ଆଦିବାସୀ ପଡ଼ାରେ ତାଳବରଡ଼ାରେ ତିଆରି ଏକ କୁଡ଼ିଆରେ ରହନ୍ତି। ନିଜ ମନରୁ ୫୦୦ ପ୍ରକାରର ଚେରମୂଳୀ ଔଷଧ ପ୍ରସ୍ତୁତି କରନ୍ତି। ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି।
ପ୍ରବାସୀ ଭାରତୀୟମାନେ କେବଳ ଦେଶମାନଙ୍କର ସେବା କରୁ ନାହାନ୍ତି, ଭାରତ ପ୍ରତି ମଧ୍ୟ ସେମାନଙ୍କର ଅବଦାନ ବିପୁଳ ବୋଲି ମୋଦି ଆନନ୍ଦ ପ୍ରକାଶ କରିଛନ୍ତି।
ଜାନୁଆରି ୩୦ ତାରିଖ ଦିନ ଦେଶ ମହାତ୍ମା ଗାନ୍ଧୀଙ୍କ ମହାପ୍ରାୟାଣ ବାର୍ଷିକୀ ପାଳନ କରିବ। ବାପୁ ଆମକୁ ଶାନ୍ତି ଓ ଅହିଂସା କଥା ଶିଖାଇ ଥିଲେ। ତାଙ୍କର ଆଦର୍ଶ ଆଜିର ଦିନରେ ଅତି ପ୍ରଯୁଜ୍ୟ।