ଭାରତରେ ଦ୍ବିତୀୟ ସର୍ବବୃହତ୍‌ ଟିକାକରଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ସଂକ୍ରମଣ ବଢ଼ିବାପରେ ଦେଶରେ ଟିକାକରଣ ପ୍ରକ୍ରିୟା‌ ତ୍ବରାନ୍ବିତ ହୋଇଛି। ଟିକାକରଣ ପାଇଁ ଏବେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ତେଣୁ ଆମେରିକା ପରେ ଭାରତ ଏବେ ବିଶ୍ବରେ ଦ୍ବିତୀୟ ରାଷ୍ଟ୍ର ଭାବେ ସର୍ବାଧିକ ଟିକାକରଣ କରିଛି। ଭାରତରେ ଦ୍ବିତୀୟ ସର୍ବବୃହତ୍‌ ଟିକାକରଣ କାର୍ଯ୍ୟକ୍ରମ ହୋଇଛି। ଗତ ସପ୍ତାହରେ ଦେଶରେ ହାରାହାରି ପ୍ରାୟ ୧.୨୬ ନିୟୁତ ଡୋଜ୍‌ ଦିଆଯାଇଥିଲା। ଅନ୍ୟପ‌କ୍ଷେ ଆମେରିକା ଦୈନିକ ହାରାହାରି ୨.୫ ନିୟୁତ ଡୋଜ୍‌ ଟିକା ଦିଆଯାଉଛି। ଟିକାକରଣ କ୍ଷେତ୍ରରେ ଭାରତ ତ୍ବରାନ୍ବିତ ପଦକ୍ଷେପ ଗ୍ରହଣ କରିଛି। ଏବେ ଦିନକୁ ୨୦ ଲକ୍ଷରୁ ଅଧିକ ଲୋକଙ୍କ ଟିକାକରଣ ହେଉଛି। ଆଗକୁ ଏହି ସଂଖ୍ୟା ବଢ଼ାଇବାପାଇଁ ଲକ୍ଷ୍ୟ ରହିଛି। ବିଶେଷ କରି ସଂକ୍ରମଣ ବଢ଼ୁଥିବା ରାଜ୍ୟମାନଙ୍କରେ ଟିକାକରଣ ତ୍ବରାନ୍ବିତ କରାଯାଇଛି। ଦେଶରେ ୩.୧୫ କୋଟିରୁ ଅଧିକ ଲୋକ ଟିକା ନେଇସାରିଲେଣି।

ସମ୍ବନ୍ଧିତ ଖବର